କଟକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଲୋଚନା ଚକ୍ର

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ ବୁଧବାର) କଟକ :- କଟକ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଲୋଚନା ଚକ୍ର , ଉକ୍ତ ଆନ୍ଦୋଳନ ଦିନକୁ ଅଗଷ୍ଟ କ୍ରାନ୍ତି ଦିବସ ଭାବେ ନାମିତ କରାଯାଇଛି l ୭୯ ବର୍ଷ ପୂର୍ବ ରୁ ୯ ଅଗଷ୍ଟ ୧୯୪୨ରେ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ନେତୃତ୍ବରେ ଭାରତ ଛାଡ ଆନ୍ଦୋଳନ ଡାକରା ଦିଆ ଯାଇଥିଲା l ଭାରତ ସ୍ୱାଧୀନ ପୂର୍ବର ଏହା ହେଉଛି ଶେଷ ଜନ ଆନ୍ଦୋଳନ l ଏହି ଆନ୍ଦୋଳନରେ ହଜାର ହଜାର ଯୁବ,ଛାତ୍ର,ମହିଳା ଦେଶକୁ ସ୍ୱାଧୀନ କରିବା ପାଇଁ ଏହି ମହାଯଜ୍ଞରେ ଆହୁତି ଦେଇ ଥିଲେ l

ଉକ୍ତ ଦିନରେ ଆମର ପୂର୍ବ ସ୍ଵାଧୀନତା ସଂଗ୍ରାମୀମାନଙ୍କ ଗାଥାକୁ ମନେ ପକେଇବା ପାଇଁ ବିଜୁ ଛାତ୍ର ଜନତା ଦଳ ତରଫରୁ କଟକ ରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଅଛି l ଏହି ଆଲୋଚନା ଚକ୍ରରେ ବରିଷ୍ଠ ଆଇନଜୀବି ତଥା କଟକ ବିଜୁ ଜନତା ଦଳର ଉପସଭାପତି ଶଶିଭୂଷଣ ଦାସ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗାନ୍ଧିଜୀଙ୍କ ଦେଶପ୍ରେମ ସମ୍ପର୍କରେ ଆଲୋଚନା କରିଥିଲେ ବୋଲି ବିଜୁ ପଟ୍ଟନାୟକ ଟେକ୍ନିକାଲ ଷ୍ଟୁଡେଣ୍ଟ୍ ଆସୋସିଏସନ୍ ରାଜ୍ୟ ଆବାହକ ସତ୍ୟମ୍ ବେହେରା ସୂଚନା ଦେଇଛନ୍ତି l

Exit mobile version