ପାରଳାଖେମୁଣ୍ଡି ୟେରଦେଲା ସାହି ସ୍ଥିତ ବିଜେପିର ଜିଲ୍ଲା କାର୍ଯ୍ୟାଳୟ ଠାରେ ୧୦୦ରୁ ଉର୍ଦ୍ଧ ବିଜେଡି କର୍ମୀ ଆଜି ପାରଳାଖେମୁଣ୍ଡି ବିଧାୟକ ତଥା ବିଜେପି  କେ. ନାରାୟଣ ରାଓଙ୍କ ଉପସ୍ଥିତିରେ ବିଜେପି ଦଳରେ ଯୋଗଦାନ କଲେ

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ , ବୁଧବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା କାଶୀନାଗର ବ୍ଲକ ଶିଆଳି ପଞ୍ଚାୟତ ଅନ୍ତର୍ଗତ କୋଲ୍ଲା, ମାଣ୍ଟିଗୁଡା, ହରିପୁର, ପେଦଗୁଡା, କେ.ସ .ଗୁଡ, ହନୁମନ୍ତ ଗୁଡ, ଶିଆଳି ଗ୍ରାମମାନଙ୍କର ୧୦୦ରୁ ଉର୍ଦ୍ଧ୍ବ ବିଜେଡି ନେତା ଓ କର୍ମୀ ଆଜି ପାରଳାଖେମୁଣ୍ଡି ଏରେଦେଲା ସାହି ସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ କୁ ଆସି ପାରଳାଖେମୁଣ୍ଡିବିଧାୟକ ତଥାଜିଲ୍ଲା ବିଜେପି ସଭାପତି କେ. ନାରାୟଣ ରାଓଙ୍କ ଉପସ୍ଥିତିରେବିଜେପି ଦଳ ରେ ଯୋଗ ଦେଇଥିଲେ ।

ଉମାଶଙ୍କର ଗନ୍ତାୟତ ବିଜେପି ମଣ୍ଡଳ ସଭାପତିଙ୍କ ନେତୃତ୍ଵ ରେ ଶିଆଳି ଗ୍ରାମ ପଞ୍ଚାୟତର ଉଦୟ ଚନ୍ଦ୍ର ଜେନା, ଚିନ୍ନାରାଓ ଶବର, ସର୍ବେଶ୍ୱର , ଧର୍ଷଣ ଭୂୟାଁ , ମଙ୍ଗଳ ଗମାଙ୍ଗ, ସୁକୁ ଶବର ଓ ପୂର୍ବତନ ନାଏ ବ ସରପଞ୍ଚ , ପୁର୍ବତନ ୱାର୍ଡ ମେମ୍ବର ଓ ୱାର୍ଡ ମେମ୍ବର୍ସ ଅନ୍ୟାନ୍ୟ ପ୍ରାୟ ୯୫ ଜଣ ବିଜେଡି ଦଳରୁ ବିଜେପି ରେ ଯୋଗ ଦେଇଥିଲେ । ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ ଶ୍ରୀ କେ. ନାରାୟଣ ରାଓ , ସେମାନଙ୍କୁ ଉତ୍ତରୀୟ ଦେଈ ସ୍ବାଗତ ଜଣାଇଥିଲେ ।

ଅନ୍ୟ ମାନଙ୍କ ମଧ୍ୟରେ ଦଳର , କାଶୀନଗର ବ୍ଲକ ଅଧ୍ୟକ୍ଷ ସି ଏଚ. ସିମାଦ୍ରି , ବିଜେପି ସାଧାରଣ ସମ୍ପଦକ ଆରୁନିମା ସାହୁ, ଯୁବ ମୋର୍ଚ୍ଚା ସଭାପତି ସନ୍ତୋଷ ଜେନା , ଓ କାଶୀନଗର ପଞ୍ଚାୟତ ସମିତି ବିଜେପି ଦଳ ର ସରପଞ୍ଚ ଓ ସମିତି ସଭ୍ୟ ଉପସ୍ଥିତ ଥିଲେ । ଦଳ ରେ ଏମାନଙ୍କ ଯୋଗଦାନ ଆଗମୀ ଦିନରେ କାଶୀନଗର ବ୍ଲକ ରେ ତଥା ଜିଲ୍ଲାରେ ଦଳ କୁ ଅଧିକ ସୁଦୃଢ଼ କରିବ ବୋଲି ବିଧାୟକ କେ: ନାରାୟଣ ରାଓ କହିଥିଲେ । ସେହିପରି ବିଧାୟକଙ୍କ କାର୍ଯ୍ୟ ରେ ଆକୃଷ୍ଟ ହୋଇ ଦଳରେ ଯୋଗ ଦେଇଥିବା କହିଥିଲେ ଉମାଚରଣ ଗନ୍ତାୟତ । (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version