ନୋକିଆର ସି୨୦ ପ୍ଲସ୍ ଭାରତରେ ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ , ବୁଧବାର ) ଭୁବନେଶ୍ୱର :- ନୋକିଆ ଫୋନ୍ ବିକ୍ରି କରୁଥିବା ସଂସ୍ଥା ଏଚ୍‌ଏମ୍‌ଡି ଗ୍ଲୋବାଲ୍ ପକ୍ଷରୁ ନୋକିଆ ସି୨୦ ପ୍ଲସ୍‌କୁ ଭାରତରେ ଉନ୍ମୋଚନ କରାଯାଇଛି । ଏଥିପାଇଁ କଂପାନି ପକ୍ଷରୁ ରିଲାଏନ୍ସ ଜିଓ ସହିତ ସ୍ୱତନ୍ତ୍ର ସହଯୋଗିତା ସ୍ଥାପନ କରାଯାଇଛି । ନୋକିଆର ସି-ସିରିଜ୍ ଫୋନ୍‌ ହେଉଛି ସବୁଠୁ ସୁଲଭ ମୂଲ୍ୟର ଓ ସହଜରେ ଉପଲବ୍ଧ ହେଉଥିବା ଫୋନ୍ ଓ ଏହା ଜିଓ ଏକ୍ସ୍‌ସିଭ୍ ପ୍ରୋଗ୍ରାମ୍ ସହ ଯୋଡ଼ି ହେବା ପରେ ଗ୍ରାହକମାନେ ୧୦% ରିହାତି କିମ୍ବା ୧୦୦୦ ଟଙ୍କା ଯାହା କମ୍ ସେହି ଲାଭ ପାଇପାରିବେ । ଗ୍ରାହକମାନେ ଜିଓ ଏକ୍ସକ୍ଲୁସିଭ୍ ପ୍ରୋଗ୍ରାମ୍‌ରେ ଉତ୍ସବ ଋତୁ ପୁର୍ବରୁ ୪୦୦୦ ଟଙ୍କା ମୂଲ୍ୟର ଲାଭ ପାଇପାରିବେ । ନୋକିଆ ସି୨୦ ପ୍ଲସ୍‌ରେ ରହିଛି ୬.୫ ଇଞ୍ଚ୍ ଏଚ୍‌ଡି ପ୍ଲସ୍ ସ୍କ୍ରିନ୍‌, ଦୁଇ ଦିନ ପର୍ଯ୍ୟନ୍ତ ରହୁଥିବା ବ୍ୟାଟେରି, ୧.୬ ଗିଗାହର୍ଜ ଅକ୍ଟାକୋର୍‌ ପ୍ରୋସେସର୍‌, ଡୁଆଲ୍ ରିଅର୍ କ୍ୟାମେରା ସହିତ ଆଣ୍ଡ୍ରଏଡ୍ ୧୧ ଅପରେଟିଂ ସିଷ୍ଟମ୍ । ଏହାକୁ କାର୍ଯ୍ୟ, ପାଠପଢ଼ା ଓ ଖେଳ ପାଇଁ ବ୍ୟବହାର କରାଯାଇପାରିବ । ଏଥିରେ ନୋକିଆର ସିଗ୍ନେଚର୍ ମାନ ରହିଛି ।

ସୁରକ୍ଷା ଦୃଷ୍ଟିକୋଣରୁ ଏଥିରେ ଫେସ୍ ଅନ୍‌ଲକ୍ ଏବଂ ୧ ବର୍ଷର ରିପ୍ଲେସ୍‌ମେଣ୍ଟ ଗ୍ୟାରେଣ୍ଟି ରହିଛି । ନୋକିଆ ସି ସିରିଜ୍ ଫୋନ୍‌ ଗୁଡି଼କ ମଧ୍ୟରେ ରହିଛି ନୋକିଆ ସି୦୧ ପ୍ଲସ୍ ଓ ନୋକିଆ ସି୩୦ ଯାହା ଉତ୍ସବ ଋତୁ ସମୟରେ ଭାରତରେ ଉନ୍ମୋଚିତ ହେବ । ନୋକିଆ ସି୩୦ରେ ୬୦୦୦ ଏମ୍‌ଏଏଚ୍ ବ୍ୟାଟେରି ବ୍ୟବହାର କରାଯାଇଛି । ଏଥିରେ ୧୩ ଏମ୍‌ପି ଡୁଆଲ୍ କ୍ୟାମେରା ମଧ୍ୟ ରହିଛି । ଏଚ୍‌ଏମ୍‌ଡି ଗ୍ଲୋବାଲ୍‌ର ଉପସଭାପତି ସନ୍‌ମିତ ସିଂହ କୋଚ୍ଚର କହିଛନ୍ତି ଯେ, “ସ୍ମାର୍ଟଫୋନ ଅନୁଭୂତିକୁ ସାର୍ବଜନୀନ କରିବା ଓ ସମସ୍ତଙ୍କ ନିକଟରେ ପହଞ୍ଚାଇବା ଲାଗି ଭାରତରେ ସମ୍ପୂର୍ଣ୍ଣ ନୂଆ ସି-ସିରିଜ୍‌ ସ୍ମାର୍ଟଫୋନ୍‌ ଉପସ୍ଥାପନ କରିଥିବାରୁ ଆମେ ଉଲ୍ଲସିତ । ଆମେ ଏଭଳି ଫୋନ୍ ଉପସ୍ଥାପନ କରିବା ଜାରି ରଖିବୁ ଯାହା ଭାରତରେ ଆମର ପ୍ରଶଂସକ ଭଲ ପାଇବେ ଏବଂ ସୁରକ୍ଷିତ ଭାବେ ଯୋଗାଯୋଗରେ ରହିବା ପାଇଁ ତାହାକୁ ବିଶ୍ୱାସ କରିପାରିବେ,

ଯେଉଁଥିରେ ଦୀର୍ଘସ୍ଥାୟିତ୍ୱର ପ୍ରତିଶ୍ରୁତି ରହିଛି ଯାହାକୁ ସେମାନେ ଲମ୍ବା ସମୟ ପର୍ଯ୍ୟନ୍ତ ରଖିପାରିବେ । ଆମେ ଆଜି ନୂଆ ନୋକିଆ ସି୨୦ ପ୍ଲସ୍‌କୁ ଉନ୍ମୋଚନ କରିଛୁ ଯେଉଁଥିରେ ନୋକିଆ ସି ସିରିଜ୍ ସ୍ମାର୍ଟଫୋନ୍ ଆମ ଫୋନ୍‌କୁ ଭଲ ପାଉଥିବା ଲୋକଙ୍କୁ ପ୍ରଦାନ କରୁଥିବା ସ୍ଲିକ୍ ଡିଜାଇନ୍‌, ଉନ୍ନତ ସୁବିଧା ସୁଯୋଗ ଏବଂ ଗୁଣାତ୍ମକ ମାନର ପ୍ରତିଶ୍ରୁତି ରହିଛି ଯାହା ଆମ ଗ୍ରାହକଙ୍କ ହାତରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିବ । ଏହା ହେଉଛି ଏକ ଫୋନ୍‌ ଯାହାକୁ ଭାରତୀୟମାନଙ୍କ ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରାଯାଇଛି । ସ୍ୱତନ୍ତ୍ର ଜିଓ ଅଫର୍ ଘୋଷଣା କରି ଆମେ ବହୁତ ଖୁସି ଯାହା କେବଳ ନୂଆ ସି୨୦ ପ୍ଲସ୍ ସ୍ମାର୍ଟଫୋନ୍‌କୁ ଅଧିକ ସୁଲଭ କରିବ ନାହିଁ ବରଂ ଜିଓ ଓ ନୋକିଆ ବ୍ୟବହାରକାରୀଙ୍କ ପାଇଁ ଲାଭଦାୟକ ସୁଯୋଗ ପ୍ରଦାନ କରିବ । ଆମର ବିଶ୍ୱାସ ରହିଛି ଯେ ନୂଆ ନୋକିଆ ସି ସିରିଜ୍ ଫୋନ୍ ପ୍ରତି ଭାରତୀୟଙ୍କୁ କାର୍ଯ୍ୟ, ପାଠପଢ଼ା ଏବଂ ପ୍ରିୟଜନଙ୍କ ସହ ସମ୍ପର୍କରେ ରହିବାର ସୁଯୋଗ ପ୍ରଦାନ କରିବ ।’’

Exit mobile version