ଗଣିଆରେ ସ୍ବେଛାସେବୀ ଅନୁଷ୍ଠାନ “ୟୁଥ ଫର ଆକ୍ସନ”ର ଜନ କଲ୍ୟାଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ, ବୁଧବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକ ଅନ୍ତର୍ଗତ କରଡାପଡ଼ା ପଂଚାୟତ ର ଗୋପିବଲଭ ପୁର ଓ କଳାସିମିଳି ର 40 ସଂଖ୍ୟା ର ଯୁବକ ଙ୍କୁ ନେଇ ୟୁଥ ଫର୍ ଆକ୍ସନ ତରଫରୁ ମାସ୍କ ବଣ୍ଟନ, ମନ୍ଦିର ସଫେଇ,ବୃକ୍ଷ ରୋପଣ,ପୋଖରୀ ସାଫଇ ଭଳି ଅନେକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଥିଲା । ପ୍ରଥମେ ସମସ୍ତଙ୍କୁ ମାସ୍କ୍ ବଣ୍ଟନ କରି ମନ୍ଦିର ପରିସର ଓଲାଇବା ସହିତ ସେହି ଗ୍ରାମର ପୋଖରୀ ଚାରିପଟ ସଫା କରିଥିଲେ  ।

ପରେ ଗ୍ରାମର କିଛି ସ୍ଥାନ ରେ ଅଁଳା,ଲେମ୍ବୁ, ଶିମିଳି,ଆମ୍ବ ଭଳି ବୃକ୍ଷ ରୋପଣ କରାଇଥିଲେ। ଏହି କାର୍ଯ୍ୟକ୍ରମ ରେ ୟୁଥ୍ ଫର୍ ଆକ୍ସନ ର ନୟାଗଡ ଜିଲ୍ଲା ସଭାପତି ପରମେଶ୍ଵର ସାହୁ,ସାଧାରଣ ସମ୍ପାଦକ ଜୀବନ ଜ୍ୟୋତି ଘଡାଇ,ଉପସଭାପତି ଶୁଭାଶିଷ ମିଶ୍ର,ଯୁବ ସ୍ଵେଚ୍ଛାସେବୀ ପ୍ରୀୟବ୍ରତ ମିଶ୍ର,ମଳୟ ସାହୁ ଯୋଗ ଦେଇ କାର୍ଯ୍ୟକ୍ରମ କୁ ସମ୍ପାଦନ କରିଥିଲେ।ଏହା ଅନ୍ୟ ଯୁବ ପିଢ଼ି ଙ୍କୁ ଏକ ନିଆରା ପ୍ରେରଣା ଦେବ ବୋଲି ଆଶା କରାଯାଇଥିଲା । (ରିପୋଟ -ରାମକୃଷ୍ଣ ରଥ)

Exit mobile version