ସତଲମା କେନାଲ କଡ଼ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ, ବୁଧବାର ) ବରଗଡ :- ଆଜି ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା କେନାଲରେ ଦିବଂଗତ ବିଧାୟକ ସୁବଳ ସାହୁ ଙ୍କ ସୃତି ଉଦ୍ୟେଶ୍ୟରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ହଲଦିପାଲି ବ୍ରିଜ଼ ରୁ ଆରମ୍ଭ କରି ସତଲମା ପର୍ଯ୍ୟନ୍ତ କେନାଲ ର ଉଭୟ ପାର୍ଶ୍ୱ ରେ ବୃକ୍ଷ ରୋପଣ କରାଯାଇଥିଲା l

ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ବିଜେଡି ନେତା ଟିକାୟତ ମହତ୍ତମ, ଯୁବ ବିଜେଡି ନେତା ସୌରଭ ସାହୁ ଓ ମସ୍ତରମ ନାୟକ ଯୋଗଦାନ କରିଥିଲେ l କାର୍ଯ୍ୟକ୍ରମ କୁ ସତଲମା ର ଯୁବନେତା ଶଶଧର ସାହୁ ସମ୍ପାଦନ କରିଥିଲେ l ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ହଲଦିପାଲି ଗ୍ରାମର ର ବହୁ ଗ୍ରାମବାସୀ ସହଯୋଗ କରିଥିଲେ l ସତଲମା ଓ ହଲଦିପାଲୀ ର ଯୁବକ ଏଥିରେ ଅଂଶଗ୍ରହଣ କରିଥିଲେ। (ସତ୍ୟ ନାରାୟଣ ପ୍ରଧାନ)

  

Exit mobile version