ବଜରଙ୍ଗଦଳ ର ନୂତନ ସଂଯୋଜକ ଙ୍କୁ ସମ୍ବର୍ଦ୍ଧିତ

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ, ବୁଧବାର ) ବରଗଡ଼ :- ଆଜି ବଜରଙ୍ଗ ଦଳ ବରଗଡ଼ ଜିଲ୍ଲା ତରଫରୁ ଜିଲ୍ଲା ସଂଯୋଜକ ଟିକୁ ବନ୍ଛୋର ଙ୍କ ନେତୃତ୍ଵରେ ନୂତନ ଭାବେ ପ୍ରାନ୍ତ ସହ ସଂଯୋଜକ ଦାୟିତ୍ବ ପାଇଥିବାରୁ ସତ୍ଯକେତନ ମହାନ୍ତି (କୁନୁ ମହାନ୍ତି) ଓ ଶ୍ରୀ କିଶୋର ବିଭାର ଙ୍କୁ ବଜରଙ୍ଗ ଦଳ ଜିଲ୍ଲା କାର୍ଯ୍ଯାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ ଗତ ୭ ତାରିଖ ଦିନ ସମ୍ବଲପୁର ରେ ଅନୁଷ୍ଠିତ ହୋଇଥିବା ବିଶ୍ବହିନ୍ଦୁ ପରିଷଦର ପ୍ରାନ୍ତ ପ୍ରବନ୍ଧ ସମିତ ବୈଠକ ରେ ବଜରଙ୍ଗ ଦଳର ପ୍ରାନ୍ତ ଟୋଲିର ଘୋଷଣା ହୋଇଥିଲା । ଏହି ଟୋଲିରେ ବରଗଡ଼ରୁ ସତ୍ଯକେତନ ମହାନ୍ତି(କୁନୁ ମହାନ୍ତି) ପୁନଃ ଦାୟିତ୍ବ ପାଇବା ସହ କିଶୋର ବିଭାର ଙ୍କୁ ନୂତନ ଭାବେ ପ୍ରାନ୍ତ ସହ ସଂଯୋଜକ ଦାୟିତ୍ବ ଗ୍ରହଣ କରିଛନ୍ତି ।

କିଶୋର ବିଭାର ପୂର୍ବରୁ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP) ର ଜିଲ୍ଲା ସଂଯୋଜକ ଦାୟିତ୍ବ ତୁଲାଇଥିବା ବେଳେ ରାଷ୍ଟ୍ରୀୟ ସ୍ଵୟଂସେବକ ସଂଘର ଜଣେ ସ୍ବୟଂସେବକ ଭାବେ ବିଭିନ୍ନ ଦାୟିତ୍ବ ତୁଲାଉଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ରେ ଜିଲ୍ଲା ସହ ସଂଯୋଜକ ସଂଜୀବ ମେହେର,ପରମେଶ୍ଵର ପୁଟେଲ, ନଗର ସଂଯୋଜକ ରାଜା ପ୍ରଧାନ, ନଗର ସହ ସଂଯୋଜକ ପିଙ୍କୁ ମେହେର,ବିଶ୍ୱନାଥ ସାହୁ,ପ୍ରଶାନ୍ତ ପଟ୍ଟନାୟକ,ସୁମିତ ଦାଶ,ପ୍ରଭାଶ ମଲ୍ଲିକ,ରାକେଶ ସାହୁ ସମେତ ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । (ସତ୍ୟ ନାରାୟଣ ପ୍ରଧାନ)

Exit mobile version