ଶରଣକୁଳସ୍ଥିତ ଲଡୁବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଭଜନ “ଜୟ ବୋଲ ଲଡୁବାବା କି” ବୁଧବାର ୟୁଟ୍ୟୁବ ଚାନେଲରେ ଉଦଘାଟିତ ହୋଇ ଯାଇଛି

ଭଜନ “ଜୟ ବୋଲ ଲଡୁବାବା କି”ଉନ୍ମୋଚିତ

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ, ବୁଧବାର ) ଶରଣକୁଳ :- ଇଣ୍ଡିଆନ ମ୍ୟୁଜିକ କ୍ରିଏସନ ପକ୍ଷରୁ ଓଡ଼ିଶାର ପ୍ରସିଦ୍ଧ ଶୈବ ପୀଠମାନଙ୍କ ମଧ୍ୟରେ ଅନ୍ୟତମ ଶରଣକୁଳସ୍ଥିତ ଲଡୁବାବାଙ୍କ ମନ୍ଦିର ପ୍ରାଙ୍ଗଣରେ ଓଡ଼ିଆ ଭଜନ “ଜୟ ବୋଲ ଲଡୁବାବା କି” ବୁଧବାର ୟୁଟ୍ୟୁବ ଚାନେଲରେ ଉଦଘାଟିତ ହୋଇ ଯାଇଛି । ଓଡିଶା ତଥା ନୟାଗଡ଼ ଜିଲ୍ଲାର ଜନାଦୃତ ବେତାର ଓ ଦୂରଦର୍ଶନର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଶାନ୍ତ କୁମାର ଦାଶ ଏବଂ ରବୀନ୍ଦ୍ର ତ୍ରିପାଠୀ ସଙ୍ଗୀତ ଏବଂ କଣ୍ଠଦାନ କରିଥିବା ବେଳେ ସମୀର ରଥ ଗୀତ ରଚନା ଏବଂ ଅଶୋକ ସାହୁ ସଙ୍ଗୀତ ପରିଚାଳନା କରିଛନ୍ତି ।

ଏହି ଲୋକାର୍ପଣ ଉତ୍ସବରେ ପଣ୍ଡିତ କିଶୋର ଚନ୍ଦ୍ର କରଶର୍ମା,ସମୀର ରଥ, ସୁବାସ ନାୟକ,ବିକ୍ରମ କୁମାର ଦାସ, ମନ୍ଦିର ପରିଚାଳକ ସୁବାସ ଚନ୍ଦ୍ର ବରାଡ଼, ପରମାନନ୍ଦ ସ୍ବାଇଁ ଙ୍କ ସମେତ କଣ୍ଠଶିଳ୍ପୀ ପ୍ରଶାନ୍ତ ଦାଶ ଏବଂ ରବିନ୍ଦ୍ର ତ୍ରିପାଠୀ ପ୍ରମୁଖ ଯୋଗଦାନ କରିଥିଲେ । ଗୀତଟି ମହାପ୍ରଭୁ ଶିବଙ୍କ ମହିମା ଉପରେ ରଚନା କରାଯାଇଥିବା ବେଳେ ଏହା ଲୋକଙ୍କ ମଧ୍ୟରେ ବେଶ ଲୋକପ୍ରିୟ ହୋଇପାରିବ ବୋଲି ଉପସ୍ଥିତ ଅତିଥି ମାନେ ମତବ୍ୟକ୍ତ କରିଥିଲେ।ଗୀତଟି ପ୍ରଶାନ୍ତ ଦାଶଙ୍କ ୟୁଟ୍ୟୁବ ଚନେଲ ଏବଂ ପଞ୍ଚମ ରାଗିଣୀ ପେଜ ରେ ଉପଲବ୍ଧ ହେଉଛି । (ରିପୋଟ -ରାମକୃଷ୍ଣ ରଥ )

Exit mobile version