ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଦୁର୍ନୀତି ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୧୧ ଅଗଷ୍ଟ , ବୁଧବାର ) ପଦ୍ମପୁର :- ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ଅନ୍ତର୍ଗତ କେର୍ମେଲାବାହାଲ ପଞ୍ଚାୟତ ର ବିଜାଡିହ ଗ୍ରାମର ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ଯାପକ ଦୁର୍ନୀତି ହେଉଥିବାର ଅଭିଯୋଗ ହୋଇଛି । ଗତ ବର୍ଷ ତା ୨ /୧୧/୨୦ ରେ ଯୋଗ୍ଯ ହିତାଧିକାରୀ ମାନଙ୍କର ଇନକ୍ମୋଜର ତାଲିକାରେ ନାମ ଥିଲେ ମଧ୍ଯ ସେମାନଙ୍କ ର ନାମ ତାଲିକାରେ ଜାଣି ଜାଣି କାଟି ଦେଇଥିବାରୁ ପାଇକମାଲ ବିଡିଓ ଙ୍କ ଠାରେ ଲିଖିତ ଆକାରରେ ଅଭିଯୋଗ କରିଥିଲେ । ଉକ୍ତ ଆବେଦନ ଅଭିଯୋଗ ଅନୁସାରେ ବ୍ଲକର ମାନସ ଏବଂ ପଞ୍ଚାୟତର କାର୍ଯ୍ୟନିର୍ବାହ ଅଧିକାରୀ ସାଗର ଓ ଅନ୍ଯ କର୍ମଚାରୀ ମାନେ ବିଜାଡିହ ଗ୍ରାମ କୁ ଆସି ତଦନ୍ତ କରି ଅଭିଯୋଗ କରିଥିବା ବିଶାଖା ସାହୁ, ଚକ୍ର ମର୍ହି, ଝସକେତନ ସାହୁ, ଦୁର୍ଯ୍ୟୋଧନ ସାହୁ, ଯାଦବ ସାହୁ, ଶକୁନ୍ତଳା ମର୍ହି, ଜୟଦେବ ସାହୁ,

ନାରାୟଣ ସାହୁ , ଅକ୍ଷୟ ସାହୁଙ୍କ ଘରର ଫଟୋ ଉଠାଇ ଘର ଦିଆଯିବ ବୋଲି ପ୍ରତିଶୃତି ପ୍ରଦାନ କରିଥିଲେ । ମାତ୍ର କିଛି ସୁଫଳ ମିଳିଲା ନାହିଁ । ପୁଣି ସଂପୃକ୍ତ ବ୍ଯକ୍ତି ମାନେ ବିଡିଓ ଙ୍କ ଠାରେ ଏହି ବାବଦରେ ଅଭିଯୋଗ କରିଥିଲେ । ୨୦୨୧ ଆର୍ଥିକ ବର୍ଷରେ ମଧ୍ଯ ଇନକୋଜର ତାଲିକାରେ ଥାଇ ମଧ୍ଯ ଯୋଗ୍ଯ ହିତାଧିକାରୀ ମାନଙ୍କୁ ଘର ଯୋଗାଇ ଦିଆଯାଇ ନାହିଁ । ଏଥିରେ ଅତିଷ୍ଠ ହୋଇ ଆଜି ପୁଣି ଥରେ ପାଇକମାଲ ବିଡିଓ ଙ୍କ ଠାରେ ଏ ସଂକ୍ରାନ୍ତରେ ଅଭିଯୋଗ କରିଛନ୍ତି ଯେ ଯୋଗ୍ଯ ହିତାଧିକାରୀ ମାନଙ୍କୁ ଘର ଯୋଗାଇ ଦିଆ ନ ଯାଏ ତେବେ ଆଗାମୀ ସେପ୍ଟେମ୍ବର ୬ ତାରିଖ ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ପାଇକମାଲ ବ୍ଲକ ସମ୍ମୁଖରେ ଆମରଣ ଅନଶନ କରିବାକୁ ଗ୍ରାମର ହରିବୋଲ ସାହୁ, ଝସକେତନ ସାହୁ, ଦୁର୍ଯ୍ୟୋଧନ ସାହୁ, ବିଶ୍ଵାମିତ୍ର ସାହୁ , ରୁକ୍ମଣୀ ମର୍ରି ପ୍ରମୁଖ ଚେତାବନୀ ଦେବା ସହ ବିଡିଓ ଏଥିପ୍ରତି ଦାୟୀ ରହିବେ ବୋଲି ପ୍ରକାଶ କରିଛନ୍ତି । ( ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version