ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଦଶପଲ୍ଲା ବିଧାୟକ ଙ୍କ ସମେତ ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବାସୀ

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ଦଶପଲ୍ଲା :- ରାଜ୍ୟ ସରକାର ଓଡ଼ିଶାରେ କ୍ରୀଡା ଭିତ୍ତଭୂମିର ବିକାଶ ପାଇଁ ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଯାହାକୁ ନେଇ ସାରା ରାଜ୍ୟରେ ୮୯ ଟି ଇନ ଡୋର ଷ୍ଟାଡିୟମ୍ ନିର୍ମାଣ ପାଇଁ କ୍ୟାବିନେଟ୍ ଅନୁମୋଦନ ମିଳିଛି । ଏହି ମଧ୍ୟରେ ନୟାଗଡ ଜିଲ୍ଲାରେ ୫ ଟି ନିର୍ମାଣ ପାଇଁ ଅନୁମୋଦନ ମିଳିଥିବା ବେଳେ ସେଥି ମଧ୍ୟରୁ ଦଶପଲ୍ଲାରେ ଗୋଟିଏ ଇନ ଡୋର ଷ୍ଟାଡିୟମ ନିର୍ମାଣ ପାଇଁ ଅନୁମୋଦନ ମିଳିଛି । ଯାହା ଫଳରେ କ୍ରୀଡା ପ୍ରେମୀ ମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ କୃତଜ୍ଞତା ଏବଂ ଧନ୍ୟବାଦ୍ ପ୍ରଦାନ ଉଦ୍ଦେଶ୍ୟରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ନେତୃତ୍ୱରେ ମହାବୀର ମନ୍ଦିର ନିକଟରୁ ଏକ ଶୋଭା ଯାତ୍ରାରେ ବାହାରି ମେଡିକାଲ ଛକ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚିବା ପରେ ବିଧାୟକ ମାଲ୍ୟାର୍ପଣ କରିଥିଲେ ।

ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଦଶପଲ୍ଲା ବିଧାୟକ ଙ୍କ ସମେତ ନିର୍ବାଚନ ମଣ୍ଡଳୀ ବାସୀ କୃତଜ୍ଞତା ଜଣାଇଥିଲେ । ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ଏଭଳି ଯୁଗାନ୍ତକାରୀ ପଦକ୍ଷେପ ପାଇଁ କୃତଜ୍ଞତା ଓ ଧନ୍ୟବାଦ୍ ଜଣାଇବା ସହ ଦଶପଲ୍ଲା ଅଞ୍ଚଳରେ ଥିବା ପ୍ରତିଭାବାନ କ୍ରୀଡାବିତ୍ ସେମାନଙ୍କ ପ୍ରତିଭା ବିକାଶ କରିବା ପାଇଁ ସୁଯୋଗ ପାଇପାରିବେ ବୋଲି ବିଧାୟକ କହିଥିଲେ । ତତ୍ ସହିତ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟା ଯୋଗୁଁ ହକି କ୍ରୀଡା ରେ ଆମ ରାଜ୍ୟ ତଥା ଦେଶ ପୃଥିବୀରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା କହିଥିଲେ ।

କେବଳ କ୍ରୀଡା ନୁହେଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଚେଷ୍ଟା ବଳରେ ଶିକ୍ଷା,ସ୍ୱାସ୍ଥ୍ୟ ଆଦି ପ୍ରତ୍ୟେକ କ୍ଷେତ୍ରରେ ଓଡ଼ିଶା ବିଶ୍ୱରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଦଶପଲ୍ଲା ବିଧାୟକ ପ୍ରକାଶ କରିଥିଲେ । ଏହି ଶୋଭା ଯାତ୍ରାରେ କ୍ରୀଡା ପ୍ରେମୀ ,ବୁଦ୍ଧିଜୀବୀ ,ଦଶପଲ୍ଲା ବ୍ଲକ୍ ଅଧ୍ୟକ୍ଷା, ଉପାଧ୍ୟକ୍ଷ,ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ, ଉପାଧ୍ୟକ୍ଷା,ଯୁବ ଛାତ୍ର ନେତୃବୃନ୍ଦ ,ବରିଷ୍ଠ ନେତୃବୃନ୍ଦ ,ସଂଗଠକ ,ଲୋକପ୍ରତିନିଧି ଅଂଶଗ୍ରହଣ କରିଥିଲେ । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version