ଓଡ଼ିଶା ସ୍କୁଲ୍ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ମୂଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଦାବି ପତ୍ର ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ପାରଳାଖେମୁଣ୍ଡି :-  ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳତ ମଞ୍ଚ ଗଜପତି ଜିଲ୍ଲା ଶାଖା ତରଫରୁ ସମସ୍ତ ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ବୃନ୍ଦ ବିଭିନ୍ନ ଦାବି କରି ଏକ ଲିଖିତ ପତ୍ର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପ୍ରଶାସନ ଜରିଆରେ ପ୍ରଦାନ କରିଥିବାର ଜଣାପଡିଛି ।

ଆଜି ମିଳିତ ମଞ୍ଚର ଜିଲ୍ଲା ସବାପତି ରବିନ୍ଦ୍ର ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ଦଳ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡାଙ୍କୁ ଭେଟି ଦାବି ସମ୍ପର୍କରେ ଅବଗତ କରାଇବା ସହ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ମଧ୍ୟରେ ସପ୍ତମ ବେତନ କମିଶନ, ଚାକୀରୀ ସରତ୍ତାବଳୀ, ଅବସର କାଳିନ ସମସ୍ତ ସୁବିଧା, ଅବସର ବୟସ ୬୦ରୁ୬୨କୁ ବୃଦ୍ଧି ଇତ୍ୟାଦି ଦାବି ରହିଛି । (ଗରୁଡ଼ ଧ୍ଵଜଚୌଧୁରୀ ) 

Exit mobile version