କଂଗ୍ରେସ ଦଳରଦୁର୍ଗ ଭାବେ ପରିଚିତ ଗୁମ୍ମାବ୍ଲକରେ କଂଗ୍ରେସ ଦଳର ସଙ୍ଗଠନ କୁ ନିମ୍ନସ୍ଥର ରୁ ସୁଦୃଢ଼ କରିବାପାଇଁ କଂଗ୍ରେସଦଳ ଆରମ୍ଭ କରିଛି ନୂଆଁ ରଣ କୌଶଳ

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ପାରଳାଖେମୁଣ୍ଡି :-  ପଞ୍ଚାୟତ ନିର୍ବାଚନ କୁ ଆଖିଆଗରେ ରଖି ଗଜପତି ଜିଲ୍ଲାର କଂଗ୍ରେସ ଦଳରଦୁର୍ଗଭାବେ ଗୁମ୍ମା ବ୍ଲକ ଅନ୍ତର୍ଗତ ତୁମୁଳ ଗ୍ରାମ ପଞ୍ଚାୟତ ର ରାଗିଡି ଗ୍ରାମ ଠାରେ କଂଗ୍ରେସ ଦଳର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି।ଗୁମା ବ୍ଲକ ର ଅଧ୍ୟକ୍ଷ ଭାବେ କଂଗ୍ରେସ ଦଳର ଗୀତାଞ୍ଜଳି ଭୂୟାଁ ଉପ ନିର୍ବାଚନ ରେ ନିର୍ବାଚିତ ହେବା ପରେ, ପ୍ରଥମ ଥରକରି ବ୍ଲକର ପ୍ରତ୍ୟେକ ଗ୍ରାମ ର ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ହେବ ,ସେ ନେଇ ଆଜିଠାରୁ ସାଂଗଠାନିକ କାର୍ଯ୍ୟ ଆରମ୍ଭ କରାଗଲା ,ତାସହ ଆଗାମୀ ନିର୍ବାଚନ ରେ ଗୁମାବ୍ଲକ କୀଭଳି କଂଗ୍ରେସ ପୁଣି ବାଜିମାରିବ ତାକୁ ଆଖିଆଗରେ ରଖି ଜିଲ୍ଲା କଂଗ୍ରେସ ସଭାପତି ତଥା ମୋହନା ବିଧାୟକ ଶ୍ରୀଯୁକ୍ତ ଦାସରଥୀ ଗମାଙ୍ଗ ତାଙ୍କ ସାଂଗଠାନିକ ଶକ୍ତି ଆଜିଠାରୁ ଆରମ୍ଭ କଲେ ।

ଏହି ବ୍ଲକ ର ପୂର୍ବତନ ଉପାଧ୍ୟକ୍ଷ ଆଦିବାସୀ ନେତା ତଥା ଗୁମା ବ୍ଲକ କଂଗ୍ରେସ କମିଟି ସଭାପତି ଶ୍ରୀ ବେର୍ନିକ ଗୋମାଙ୍ଗଙ୍କ ସାଂଗଠାନିକ ଦକ୍ଷତାଏହି ଥିବା ଜଗୁଁ ବ୍ଲକ ରେ ଆଗାମୀ ଦିନରେ ତାଙ୍କ ନେତ୍ରୁତ୍ୱରେ କଂଗ୍ରେସ ଦଳରସଙ୍ଗଠନସୁଦୃଢ଼ ହୋଇ ପାରିବ ବୋଲି ଜିଲ୍ଲା କଂଗ୍ରେସ ସଭପତି ତଥା ମୋହନା ବିଧାୟକ ଦାଶରଥି ଗମାଙ୍ଗ ଆଶା ପ୍ରକଟ କରିଛନ୍ତି l ଆସନ୍ତା ପଞ୍ଚାୟତ ନିର୍ବାଚନରେଗୁମା ବ୍ଲକରେ କଂଗ୍ରେସ ର ବିଜୟ ହେବ ବୋଲି କଂଗ୍ରେସ ଦଳର ବ୍ଲକ ସଭାପତି ବର୍ଣିକ ଗୋମଙ୍ଗକହିଥିଲେ ।

ଏହି କାର୍ଯ୍ୟକ୍ରମ ରେ ପାରଳାଖେମୁଣ୍ଡି ପୌର ପରିଷଦ ର ଉପାଧ୍ୟକ୍ଷ ତଥା ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସଂଜୟ କୁମାର ଅଧିକାରୀ ଙ୍କ ସମେତ ଅନ୍ୟମାନଙ୍କ ମଧ୍ୟ୍ୟ ରେ କଂଗ୍ରେସ ପୁରୁଖା ନେତା ତଥା ପୂର୍ବତନ ଉପ ନଗରପାଳ ଅଭିମନ୍ୟୁ ପଣ୍ଡା,କୁନା ମାଝି, ପୂର୍ବତନ କାଉନସିଲର ବିଭୁତି ନାୟକ,ସେବା ଦଳ ଜିଲ୍ଲା ସଭାପତି କୃଷ୍ଣ କୁମାର ବେହେରା, ଦିପୁ ସାହୁ, ପୂର୍ବତନକାଉନସିଲର ତ୍ରିନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ l

Exit mobile version