ମହାଶକ୍ତି ଫାଉଣ୍ଡେସନ ଓ ନାବାର୍ଡ ଓଡିଶା ଆନୁକୂଲ୍ୟରେ କୃଷକ ଉତ୍ପାଦକ ସଙ୍ଘ ର ପ୍ରଶିକ୍ଷଣ ଶିବିର – ବରଗଡ଼

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ) ବରଗଡ :- ବରଗଡ ଜ଼ିଲ୍ଲା ଗ୍ରାମ୍ୟ ଉନ୍ନୟନ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷ ଠାରେ ମହାଶକ୍ତି ଫାଉଣ୍ଡେସନ ଓ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ ଆନୁକୂଲ୍ୟରେ କୃଷକ ଉତ୍ପାଦକ ସଂଘ ର ଦିନିକିଆ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଜ଼ିଲ୍ଲା ବିକାଶ ପ୍ରବନ୍ଧକ ରାଷ୍ଟ୍ରୀୟ କୃଷି ଓ ଗ୍ରାମ୍ୟ ଉନ୍ନୟନ ବ୍ୟାଙ୍କ ହଟକିଶୋର ବେହେରା ଯୋଗ ଦେଇ ଉଦଘାଟନ କରିଥିଲେ l କାର୍ଯ୍ୟକ୍ରମ ରେ ସୀତାରାମ ମେହେର ଏଲଡିଏମ ଷ୍ଟେଟ ବ୍ୟାଙ୍କ ଅପ ଇଣ୍ଡିଆ, ସନ୍ତୋଷ କୁମାର ପଣ୍ଡା ସିଡିଏଓ, ଶଙ୍କର ଚଲାନ ଡିପିଏମ ଓଏଲଏମ, ରାଜଗୋପାଳ ଦାସ ସିଇଓ ଓରମାସ ଯୋଗଦାନ କରିଥିଲେ l

ପ୍ରଥମେ କୃଷକ ଉତ୍ପାଦକ ସଂଘ ର ନିୟମାବଳୀ ଉପରେ ଆଲୋଚନା କରାଯାଇଥିଲା l ସଭା କୁ ରୋଜାଲିନ ଭୂୟାଁ, ଉପାଧ୍ୟକ୍ଷା ମହାଶକ୍ତି ଫାଉଣ୍ଡେସନ ପରିଚାଳନା କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ହୃଷିକେଶ ସାହୁ, ସୁବୋଧ କୁମାର ସାହୁ , ସୁଶାନ୍ତ ସାହୁ , ମହାଦେବ ସାହୁ, ମହାଶକ୍ତି ଫାଉଣ୍ଡେସନ ତରଫରୁ ଯୋଗଦାନ କରିଥିଲେ l

ଶିବିର ରେ ବିଜେପୁର ଓ ଝାରବନ୍ଧ ବ୍ଲକରେ ନାବାର୍ଡ ଓଡିଶା ଆଞ୍ଚଳିକ କାର୍ଯ୍ୟାଳୟ ଭୁବନେଶ୍ୱର ସହାୟତା ରେ ଗଠିତ ହୋଇଥିବା ଦୁଇଟି ଉତ୍ପାଦକ ସଂଘ ( କୃଷ୍ଣହୀରା, ସବୁଜିମା ) ର ସମସ୍ତ ସଭ୍ୟ ମାନେ ଉପସ୍ଥିତ ଥିଲେ l ବିଶେଷକରି କୃଷ୍ଣ ହୀରା କୁ ବ୍ଲେକ ରାଇସ ଓ ସବୁଜିମା ଉତ୍ପାଦକ ସଂଘ କୁ ପନିପରିବା ପାଇଁ ଗଠିତ କରାଯାଇଛି ।

Exit mobile version