ଦଳିତ୍ ସମୁଦାୟ ଙ୍କ ପକ୍ଷରୁ ପ୍ରତିବାଦ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୧୦ ଅଗଷ୍ଟ ମଙ୍ଗଳବାର ) ବରଗଡ଼ :- ଦଳିତ୍ ଖ୍ରୀଷ୍ଟିଆନ ଓ ମୁସଲମାନ ଭାଇ ଭଉଣୀ ମାନଙ୍କୁ ଅନୁସୂଚିତ ଜାତି ତାଲିକା ରୁ ବାଦ ଦେବା ଯୋଗୁଁ ଅଗଷ୍ଟ ୧୦ ତାରିଖ ରେ ପ୍ରତିବାଦ ଦିବସ ଭାବେ ପାଳନ କରିଆସୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ନେସନାଲ କାଉନସିଲ ଅଫ ଦଳିତ୍ ଖ୍ରୀଷ୍ଟିଆନ ବରଗଡ଼ ଜିଲ୍ଲା ଶାଖା ପକ୍ଷରୁ ପ୍ରଧାନ ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବି ପତ୍ର ବରଗଡ଼ ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ ଙ୍କୁ ପ୍ରଦାନ କରିଥିଲେ ।

ଏଠାରେ ସୂଚନାଯୋଗ୍ୟ ଯେ ଅଗଷ୍ଟ ୧୦ ତାରିଖ ରେ ଭାରତୀୟ ସମ୍ବିଧାନ ର(୧୯୫୦ ସ°ଶୋଧନ) ଧାରା ୩୪୦ କ୍ଲଜ-୧ ପାରା ୩ ଅନୁଯାୟୀ ଅନୁସୂଚିତ ଜାତି ତାଲିକା ରୁ ବାଦ ଦିଆଯାଇଛି । ଏହାର ପ୍ରତିବାଦରେ ଆଜି ଦେଶବ୍ୟାପୀ ଦଳିତ ଭାଇ ଭଉଣୀ ମାନେ ତାଙ୍କ ହକ୍ ପାଇଁ ଆଜି ପ୍ରତିବାଦ ଦିବସ ପାଳନ କରୁଛନ୍ତି ।

ଆଜି ନେସନାଲ କାଉନସିଲ ଅଫ ଦଳିତ୍ ଖ୍ରୀଷ୍ଟିଆନ ଓଡ଼ିଶା ଚାପ୍ଟର ବରଗଡ଼ ଜିଲ୍ଲା ସଭାପତି ଚନ୍ଦ୍ରମଣି ତାଣ୍ଡି ଙ୍କ ନେତୃତ୍ବରେ ଉପ ସଭାପତି ସୁନୀଲ ସାଗର, ସମ୍ପାଦକ ଡି . ଆର ନାଗ,ହିକମତ୍ ବାଗ, ଡଃ ସୁକାନ୍ତ କୁମାର ବାଗ, ଡଃ ବଳରାମ ସାଗର, ରମେଶ ନନ୍ଦ, ଜ୍ୟୋତିଷ କୁମାର, ଉଜ୍ଜ୍ୱଳ ବିଭାର,ଜନ ସିଂ,ରାଜୁ ନାଗ,ୟାକୁବ ତାଣ୍ଡି,ଯୋଶେଫ ଦୀପ,କପିଲ୍ କରାଡ,ସାମସନ କୁମାର ପ୍ରମୁଖ ଉପସ୍ଥିତ ଥିଲେ ।

Exit mobile version