ବାଙ୍କୀ ଗୋପାଳପୁର ମଣ୍ଡଳ ଭାଜପା କାର୍ଯ୍ୟକାରିଣୀ କମିଟି ବୈଠକ

ଓଡ଼ିଶା ତାଜା ନ୍ୟୁଜ ( ୯ ଅଗଷ୍ଟ ସୋମବାର) ବାଙ୍କୀ :-  ଆଜି ବାଙ୍କୀ ଭାଜପା ମୁଖ୍ୟ କାର୍ଯ୍ୟାଳୟ ଠାରେ ଗୋପାଳପୁର ମଣ୍ଡଳ କାର୍ଯ୍ୟକାରିଣୀ କମିଟି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗୋପାଳପୁର ମଣ୍ଡଳ ସଭାପତି ବିପ୍ରବର ଲେଙ୍କା ଅଧ୍ୟକ୍ଷତା କରିଥିଲେ । ଏଥିରେ ରାଜ୍ୟ ଭାଜପା କୃଷକ ମୋର୍ଚ୍ଚା କାର୍ଯ୍ୟକାରିଣୀ କମିଟି ସଭ୍ୟ ତଥା ବାଙ୍କୀ ଭାଜପା ବିଧାୟକ ପାର୍ଥୀ ଶୁଭ୍ରାଂଶୁ ମୋହନ ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆଜି ଅଗଷ୍ଟ ୯ ତାରିଖ ଭାରତ ଇତିହାସରେ କ୍ରାନ୍ତିକାରୀ ଦିବସ ଭାବେ ଲିପିବଦ୍ଧ ହୋଇଛି । ଏହି ପବିତ୍ର ଦିବସରେ ବ୍ରିଟିଶ୍‌ମାନଙ୍କୁ ଭାରତ ଛାଡିବାକୁ ଅଗଷ୍ଟ ୯ରେ ସମଗ୍ର ଦେଶରେ ଆନ୍ଦୋଳନ ହୋଇଥିଲା ।

ଆଜି ଏହି ତିଥିରେ ବାଙ୍କୀ ମାଟି ମାଆକୁ ଗତ ୨୬ବର୍ଷ ହେଲା କବଳିତ କରି ରଖିଥିବା ବିଦେଶୀ ପୂର୍ବତନ ବିଧାୟକ ବିଜେଡି ନେତା ପ୍ରଭାତ ତ୍ରିପାଠୀଙ୍କୁ ଓ ତାଙ୍କ ପୁଅ ବର୍ତ୍ତମାନ ର ବିଧାୟକ ଦେବି ରଞ୍ଜନ ତ୍ରିପାଠୀ ଙ୍କୁ ଆଗାମୀ ନିର୍ବାଚନ ରେ ହରେଇ ବାଙ୍କୀ ରୁ ତଡିବାକୁ ଆମେ ସମସ୍ତେ ସଂକଳ୍ପ ନେବା ପାଇଁ ଶ୍ରୀ ପାଢ଼ୀ ଆହ୍ୱାନ ଦେଇଥିଲେ । ଅନ୍ୟାୟ , ଅତ୍ୟାଚାର, ତୋଷଣ, ଲୁଣ୍ଠନ, ଦୁର୍ନୀତି ଓ ଭ୍ରଷ୍ଟାଚାର ମଧ୍ୟରେ ବାଙ୍କୀର ଜନସାଧାରଣ ଅତିଷ୍ଠ ହୋଇ ପଡିଛନ୍ତି । ସାଧାରଣ ଲୋକଙ୍କୁ ସାମାଜିକ ନ୍ୟାୟ କିମ୍ବା ଦଳୀୟ କାର୍ଯ୍ୟକର୍ତ୍ତାକୁ ରାଜନୈତିକ ନ୍ୟାୟ ପ୍ରଦାନ ଲାଗି ସମସ୍ତେ ଲଢ଼େଇ ଜାରି ରଖିବାକୁ ଶ୍ରୀ ପାଢ଼ୀ କର୍ମୀମାନଙ୍କୁ ଅନୁରୋଧ କରିଥିଲେ ।

ତାଳବସ୍ତ ଓ କୁସୁପଙ୍ଗି ଗ୍ରାମ ପଂଚାୟତରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତିର ପର୍ଦ୍ଦା ଫାସ୍ କରିବା, ବାଙ୍କୀ ତୁଳସୀପୁର ରାସ୍ତା ଉଚ୍ଚା କରିବା ପାଇଁ ମଞ୍ଜୁର ହୋଇଥିବା ୧୬କୋଟି ଟଙ୍କାର ଦୁର୍ନୀତି ବିରୁଦ୍ଧରେ ଲଢ଼େଇ କରିବା, ବାଙ୍କୀ କଲେଜରେ ହୋଇଥିବା କୋଟି କୋଟି ଟଙ୍କାର ଦୁର୍ନୀତି ,ବେଆଇନ୍ ନିଯୁ୍‌କ୍ତି, ବାଙ୍କୀ ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟରେ ସ୍ୱାସ୍ଥ୍ୟସେବା ବିଫଳ ହେବା ସହିତ ରୋଗୀ କଲ୍ୟାଣ ସମିତି ଅର୍ଥ ହେରଫେର୍ କରିବା, ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରମାନେ ନିଯୁକ୍ତି ହୋଇ ଅନ୍ୟ ଯାଗାକୁ ଡେପୁଟେସନରେ ଯାଇ ବାଙ୍କୀରୁ ଦରମା ନେବା, ଚତୁର୍ଦ୍ଦଶ ଓ ପଞ୍ଚଦଶ ଅର୍ଥ କମିଶନର ମନେରେଗା ଅର୍ଥକୁ ବାଟମାରଣା,

ପ୍ରଧାନ ମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟରେ ସ୍ୱଚ୍ଛତା ଦାବି କରି ବ୍ଳକ ଅଫିସ୍ ଘେରଉ କରିବା ପାଇଁ ଆଜିର ବୈଠକରେ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଏହି ବୈଠକରେ କଟକ ଜିଲ୍ଲା ଭାଜପା ସାଧାରଣ ସଂପାଦକ ଆଲୋକ ମହାନ୍ତି, ବାଙ୍କୀ ନଗର ମଣ୍ଡଳ ସଭାପତି ସଂଜୟ ରଣା, ସୁବର୍ଣ୍ଣପୁର ମଣ୍ଡଳ ସଭାପତି ପ୍ରସନ୍ନ ସ୍ୱାଇଁ, ସୀତାକାନ୍ତ ମିଶ୍ର, ଉତ୍କଳ ମନ୍ତ୍ରୀ, ରାଜ୍ୟ ବିଜେପି କାର୍ଯ୍ୟକାରିଣୀ ସଭ୍ୟ ଲକ୍ଷ୍ମୀଧର ବେହେରା. ପ୍ରସନ୍ନ କୁମାର ସ୍ୱାଇଁ, ସୁବଳ ମନ୍ତ୍ରୀ, ବିଚିତ୍ରା ନନ୍ଦ ରାଉତ, ସଂଗ୍ରାମ ବିଭୂତି ରାୟ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Exit mobile version