ଏକାମ୍ର ନିର୍ବାଚନ ମଣ୍ଡଳୀରେ ମଲ୍ଟିପ୍ରପୋଜ ଇଣ୍ଡୋର୍ ଷ୍ଟାଡିୟମ ହେବ ନିର୍ମାଣ

ଓଡ଼ିଶା ତାଜା ନ୍ୟୁଜ ( ୯ ଅଗଷ୍ଟ ସୋମବାର) ଭୁବନେଶ୍ୱର :- ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକାମ୍ର ନିବର୍ଚନ ମଣ୍ଡଳୀରେ ଏକ ମଲ୍ଟିପର୍ପୋଜ୍ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ କରିବାକୁ ନିଷ୍ପତି ନେଇଥିବାରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ କ୍ରୀଡା ପ୍ରେମୀ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇବା ସହ ଆଜି ସନ୍ଧ୍ୟା ୬.୦୦ ଘଟିକା ପୋଖରୀପୁଟ କୋକିଳା ରିସୋଟ ଠାରେ ସମ୍ବାଦିକ ସମ୍ମିଳନୀ ରେ ମନ୍ତ୍ରୀ ଶ୍ରୀ ପଣ୍ଡା ଉଦବୋଧନ ଦେବେ ।

ଆପଣମାନେ ଆପଣମାନଙ୍କ ଗଣମାଧ୍ୟମ ରେ ପ୍ରସାରଣ କରିବାକୁ ଅନୁରୋଧ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଏକାମ୍ର ନିର୍ବାଚନ ମଣ୍ଡଳୀରେ ୯ କୋଟି ୬୦ ଲକ୍ଷ ଟଙ୍କାରେ ଏକ ମଲ୍ଟିପର୍ପୋଜ୍ ଇଣ୍ଡୋର୍ ଷ୍ଟାଡିୟମ୍ ନିର୍ମାଣ କରିବାକୁ ନିଷ୍ପତି ନେଇଥିବାରୁ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏକମ୍ର ନିର୍ବାଚନ ମଣ୍ଡଳୀର ସମସ୍ତ କ୍ରୀଡା ପ୍ରେମୀ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଏହା ଦ୍ବାରା କ୍ରୀଡା ଭିତ୍ତିଭୂମିର ବିକାଶ ଘଟିବା ସହ ବିଭିନ୍ନ କ୍ରୀଡାର ମଧ୍ଯ ବିକାଶ ଘଟିବ ଏବଂ ଓଡିଶା ର କ୍ରୀଡାବିତ୍ ମାନେ ଜାତୀୟ, ଆନ୍ତର୍ଜାତୀୟ ସ୍ତରରେ କୃତିତ୍ଵ ଅର୍ଜନ କରିବେ ବୋଲି ଶ୍ରୀ ପଣ୍ଡା କହିଥିଲେ । କାର୍ଯ୍ୟକ୍ରମ ରେ କ୍ରିକେଟର ଦୀପକ୍ ମଙ୍ଗରାଜ, ମନୋଜ ମହାପାତ୍ର, ରାଜ୍ୟ ସ୍ତରୀୟ ଚେସ୍ କ୍ରୀଡାବିତ୍ ଅନତୋୟା ଚାଟାର୍ଜୀ , ବ୍ୟାଡମିଟନ କ୍ରୀଡାବିତ୍ ସୋୟମ୍ ସୂଚୀ ମିଶ୍ର ଏବଂ ବହୁ କ୍ରୀଡା ପ୍ରେମୀ ଉପସ୍ଥିତ ଥିଲେ ।

Exit mobile version