ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ସୋମବାର ) ବରଗଡ଼  :- ବରଗଡ଼ ଜିଲ୍ଲାପାଳ ଙ୍କ ସମ୍ମିଳନୀ କକ୍ଷଠାର ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମନୀଷା ବାନାର୍ଜୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପ୍ରଶାସନ ଏବଂ ପୋଲିସ ପ୍ରଶାସନ ର ଅଧିକାରୀ ମାନେ ଉପସ୍ଥିତ ରହି ଆଲୋଚନା କରିଥିଲେ। ଏଥିରେ କୋଭିଡ ନିୟମାବଳୀ ପାଳନ ସହିତ ସୀମିତ କିର୍ଯ୍ୟସୂଚୀ ଅନୁଯାୟୀ ସ୍ବାଧୀନତା ଦିବସ ପାଳନ ପାଇଁ ସର୍ବସମ୍ମତିକ୍ରମେ ପ୍ରସ୍ତାବ ଗ୍ରହଣ କରାଯାଇଥିଲା ।

ଉକ୍ତ ଦିନ ସକାଳୁ ରାମଧୂନ, ଆନୁଷ୍ଠାନିକ ପତାକା ଉତ୍ତୋଳନ, ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ, ଏବଂ ୯.୧୫ ମିନିଟରେ ଜର୍ଜ ହାଇସ୍କୁଲ ପଡ଼ିଆରେ ଜିଲ୍ଲା ସ୍ତରୀୟ ଜାତୀୟ ପତାକା ଉତ୍ତୋଳନ ମୁଖ୍ୟ ଅତିଥି ଙ୍କ ଦ୍ଵାରା ସମାପନ ହେବ। କୋଭିଡ କଟକଣା ଯୋଗୁଁ କେବଳ ପୋଲିସ ବାହିନୀ ପ୍ୟାରେଡ୍ ରେ ଅଂଶ ଗ୍ରହଣ କରି ଜାତୀୟ ପତାକା ଓ ମୁଖ୍ୟ ଅତିଥି ଙ୍କୁ ସମ୍ମାନ ପ୍ରଦର୍ଶନ କରିବେ। ୫୦ ଅତିଥି,୨୦ ଜଣ କରୋନା ଯୋଦ୍ଧା ଉତ୍ସବରେ ସାମିଲ ହୋଇ ପାରିବେ। ସଭା କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ପରିଚାଳନା କରିଥିଲେ। ଏସପି ରାହୁଲ ଜୈନ, ଅତିରିକ୍ତ ଜିଲ୍ଲାପାଳ ମିର୍ଦ୍ଧା ଟପ୍ପୋ,ସୁମତୀ ପଣ୍ଡା,ସଦାନନ୍ଦ ପୂଜାରୀ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ। (ସତ୍ୟ ନାରାୟଣ ପ୍ରଧାନ )

Exit mobile version