ବରଗଡ଼ ମୁଣ୍ଡାପଡାରେ ବିଶ୍ୱ ଆଦିବାସୀ ଦିବସ ପାଳିତ

ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ସୋମବାର ) ବରଗଡ଼  :- ସାରା ବିଶ୍ୱରେ ଅଗଷ୍ଟ ୯ ତାରିଖ କୁ ବିଶ୍ଵ ଆଦିବାସୀ ଦିବସ ଭାବେ ପାଳନ କରାଯାଏ । ଚଳିତ ବର୍ଷ ବରଗଡ଼ ମୁଣ୍ଡାପଡାରେ ଏହି ଦିବସ ପାଳନ କରାଗଲା । ମହା ପୁରୁଷ ବିର୍ଷା ମୁଣ୍ଡା ଓ ବାବା ସାହେବ ଆମ୍ବେଦକରଙ୍କ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ପାରମ୍ପରିକ ଗୀତ, ନୃତ୍ୟ,ପୋଷାକ ର ଏକ ଝଲକ ଦେଖିବାକୁ ମିଳିଥିଲା ।

ବିର୍ଷା ମୁଣ୍ଡା ସଂଘର୍ଷ ବାହିନୀ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମରିୟମ ବାର୍ଳା, ପବିତ୍ର ଦେହେରି, ଅଲିମ ରିଜବୀ, ସଂଜୀବ ସୁନା, ଅମିତାଭ ପାତ୍ର, ରମେଶ ମହାପାତ୍ର, ଭବାନୀ ସାହୁ, ଗୁରୁପ୍ରୀତ ସିଂ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ । ଆଦିବାସୀ ମାନଙ୍କ ଅଧିକାର ବିଷୟ ରେ ଆଲୋଚନା ହେବା ସହ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଆଦିବାସୀ କୃତିତ୍ୱ ମାନଙ୍କୁ ସମ୍ମାନିତ କରାଯାଇ ଥିଲା ।(ସତ୍ୟ ନାରାୟଣ ପ୍ରଧାନ) 

Exit mobile version