ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶମାନଙ୍କ ଶପଥ ଗ୍ରହଣ ଉତ୍ସବ – ଭୁବନେଶ୍ୱର 

ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ସୋମବାର ) ଭୁବନେଶ୍ୱର :- ଓଡ଼ିଶା ନ୍ୟାୟିକ ଏକାଡେମୀସ୍ଥିତ ୨୦୧୯ ବ୍ୟାଚ୍‌ର ନବନିଯୁକ୍ତ ୪୭ ଜଣ ଶିକ୍ଷାନବୀଶ ଦେୱାନୀ-ନ୍ୟାୟାଧୀଶମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ମୁଖ୍ୟ ବିଚାରପତି ତଥା ଓଡ଼ିଶା ନ୍ୟାୟିକ ଏକାଡେମୀର ମୁଖ୍ୟ ପୃଷ୍ଠପୋଷକ ମାନ୍ୟବର ନ୍ୟାୟମୂତ୍ତି ଡକଫର ଏସ୍‌. ମୁରଲୀଧର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍ସବକୁ ଉଦ୍‌ଘାଟନ କରିବା ସହିତ ୪୭ ଜଣ ନବନିଯୁକ୍ତ ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶମାନଙ୍କୁ ଶପଥ ପାଠ କରାଇଥିଲେ ଏବଂ ସେମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଏହି ଅବସରରେ ମାନ୍ୟବର ମୁଖ୍ୟ ବିଚାରପତି, ଓଡ଼ିଶା ନ୍ୟାୟିକ ଏକାଡେମୀ ସମିତିର ମାନ୍ୟବର ଅଧ୍ୟକ୍ଷ ଏବଂ ମାନ୍ୟବର ସଦସ୍ୟମାନଙ୍କ ଦ୍ୱାରା ‘ପ୍ରଶିକ୍ଷଣ ପାଠ୍ୟ ପୁସ୍ତିକା’ ଉନ୍ମୋଚନ କରାଯାଇଥିଲା । ଏହି ଉତ୍ସବରେ ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ତଥା ଓଡ଼ିଶା ନ୍ୟାୟିକ ଏକାଡେମୀ ତାଲିମ ସମିତିର ଅଧ୍ୟକ୍ଷ ମାନ୍ୟବର ନ୍ୟାୟମୂର୍ତ୍ତି ଶ୍ରୀ ସଂଜୟ କୁମାର ମିଶ୍ର ମହୋଦୟ ସ୍ୱାଗତ ସମ୍ଭାଷଣ ପାଠ କରିବା ସହିତ ପ୍ରଶିକ୍ଷଣର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ସମ୍ଭନ୍ଧରେ ଆଲୋକପାତ କରିଥିଲେ ଏବଂ ନବନିଯୁକ୍ତ ଶିକ୍ଷାନବୀଶ ଦେୱାନୀ ନ୍ୟାୟାଧୀଶମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ବିଶ୍ୱଜିତ ମହାନ୍ତି, ମାନ୍ୟବର ବିଚାରପତି ବି. ଆର୍‌. ଷଡ଼ଙ୍ଗୀ, ମାନ୍ୟବର ବିଚାରପତି ଏସ୍‌.କେ.ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ସାହୁ, ମାନ୍ୟବର ବିଚାରପତି ବି.ପି. ରାୟତରାଏ, ମାନ୍ୟବର ବିଚାରପତି ସଂଜୀବ କୁମାର ପାଣିଗ୍ରାହୀ ଏବଂ ଅଧିକାରୀଗଣ ଏବଂ ଅନ୍ୟ ଅତିଥିଗଣ ଉପସ୍ଥିତ ଥିଲେ । ଓଡ଼ିଶା ଉଚ୍ଚନ୍ୟାୟାଳୟର ବିଚାରପତି ଏବଂ ଓଡ଼ିଶା ନ୍ୟାୟିକ ଏକାଡେମୀର ସଦସ୍ୟ ନ୍ୟାୟମୂର୍ତ୍ତି ଶ୍ରୀ ଦେବବ୍ରତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version