କରୋନା କାଳରେ ପାର୍ବଣ ପାଇଁ ଆସିଲା ନୂଆ ଗାଇଡଲାଇନ୍‌ – ଏଥର ବି ବିନା ଭକ୍ତରେ ହେବ ପୂଜା

ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ସୋମବାର ) ଭୁବନେଶ୍ୱର :-  ଏବର୍ଷ କଟକଣାରେ କମ୍‌ ପିଲାରେ ସ୍କୁଲରେ ହେବ ଗଣେଶ ପୂଜା । ସେହିପରି ମଣ୍ଡପରେ ବି ପୂଜା ହେବ । କରୋନା କାଳରେ ପାର୍ବଣ ପାଇଁ ଆସିଲା ନୂଆ ଗାଇଡଲାଇନ୍‌ । ପ୍ରଶାସନ ପକ୍ଷରୁ ପୂଜା କମିଟି ଅନୁମତି ନେଇ ପୂଜା କରିପାରିବେ । କିନ୍ତୁ ଆସିବେନି ଭକ୍ତ । ଏଥର ବି ବିନା ଭକ୍ତରେ ହେବ ପୂଜା ।

ପୂଜା ପେଣ୍ଡାଲର ତିନି ପାଖ ଆବଦ୍ଧ ରହିବ । ମଣ୍ଡପରେ ମୂର୍ତ୍ତିର ଉଚ୍ଚତା ୪ ଫୁଟ୍‌ରୁ କମ୍‌ ରହିବ । ମଣ୍ଡପରେ ପୂଜକ ଓ ପୂଜା କମିଟି କର୍ମକର୍ତ୍ତାଙ୍କ ସମେତ ୭ରୁ ଅଧିକ ଲୋକ ରହିପାରିବେ ନାହିଁ । ମୂର୍ତ୍ତି ବିସର୍ଜନ ଶୋଭାଯାତ୍ରାକୁ ବାରଣ କରାଯାଇଛି । ପୂଜା ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମକୁ ମନା । ପୂଜା ପାର୍ବଣରେ ଭୋଜିଭାତ ମନା । କଟକଣା ଉଲ୍ଲଂଘନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ ।

Exit mobile version