ଆଦିବାସୀ କଲ୍ୟାଣ ସଂଘ ପକ୍ଷରୁ ୨୭ ତମ ବିଶ୍ଵ ଆଦିବାସୀ ଦିବସ ପାଳିତ

ଐତିହ୍ୟ , ପରଂପରା , ଭାଷା, ସଂସ୍କୃତି , ସଂରକ୍ଷଣ ,ଜଲ ଜଙ୍ଗଲ ଜମି ଅଧିକାର ସଂକଳ୍ପ ।

ଓଡ଼ିଶା ତାଜା ନ୍ୟୁଜ (୯ ଅଗଷ୍ଟ ସୋମବାର )  ପାଟଣାଗଡ଼ – ଆଜି ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ସ୍ଥାନୀୟ ଆଦିବାସୀ ଭବନ ପରିସରରେ ସଂଘ ପକ୍ଷରୁ ୨୭ ତମ ବିଶ୍ଵ ଆଦିବାସୀ ଦିବସ ପାଳିତ ହୋଇଯାଇଛି । ପ୍ରାରମ୍ଭ ରେ ବିର୍ସା ମୁଣ୍ଡା ,ଜୟ ସିଂ ପାଳ ମୁଣ୍ଡା ,ରିଣ୍ଡୋ ମାଝୀ , ଙ୍କ ସହ ସଂଘ ଜିଲ୍ଲା ସଭାପତି ସ୍ଵର୍ଗତ ବ୍ରଜ କିଶୋର ସିଂ ଭୋଇ ଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ବଳନ ସହ ପୁଷ୍ପ ମାଳ୍ୟ ଅପର୍ଣ କରାଯାଇଥିଲା । ସଂଘ ସଭାପତି ଅଷ୍ଟ ରତ୍ନ ବରିହା ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପ୍ରାରମ୍ଭିକ ସାମୁହିକ ଭାବରେ ସଂଗ୍ରାମୀ ସଂଗିତ ସଂଘର ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ ଗାଇଥିଲେ ।

ଉପ ସଭାପତି ଗଦି ବରିହା ,ସଂପାଦକ ସାରଥୀ ବାଗ ,ମରୁଆଁ ପଞ୍ଚାୟତ ସରପଞ୍ଚ ତଥା ଆଦିବାସୀ ନାରୀ ନେତ୍ରୀ ସନ୍ତୋଷିନୀ ବିଶି , ଯୁଗ୍ମ ସମ୍ପାଦକ ଗିରିଧାରୀ ଭୋଇ, ସଂଗଠକ ଲେକୃ ଧରୁଆ ,ଯତିନ ବୁଡେକ ପ୍ରମୁଖ ଯୋଗଦେଇ ଆଦିବାସୀଙ୍କ ହକ ଅଧିକାରୀ ଶିକ୍ଷା , ସ୍ବାସ୍ଥ୍ୟ, , ସଂସ୍କୃତି , ଐତିହ୍ୟ , ପରଂପରା ଏକତା , ସାମ୍ବିଧାନିକ ଅଧିକାର , ଭାଷା ସୁରକ୍ଷା ଉପରେ ଆଲୋକପାତ କରିଥିଲେ । ପରେ ୭ ଦଫା ସମ୍ବଳିତ ଦାବିପତ୍ର ସହକାରୀ ଉପଜିଲ୍ଲାପାଳ କ୍ଷିରୋଦ ଚଂଦ୍ର ସାହୁ ଙ୍କୁ ମୂଖ୍ୟ ମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ ।

ଚଳିତ ଶିକ୍ଷା ବର୍ଷରେ ହେବାକୁ ଥିବା ଯୁକ୍ତ ଦୁଇ ,ଗ୍ରାଜୁଏସନ, ଟେକ୍ନିକାଲ,ଭୋକେସନାଲ ,ପ୍ରୋଫେସନାଲ କଲେକ୍ଟର ମାନଙ୍କରେ ନାମ ଲେଖା ଫିଜ୍ ସଂପୂର୍ଣ୍ଣ ଛାଡ଼ କରିବା , ମେଡିକାଲ୍ , ଇଂଜିନିୟରିଂ ,ପ୍ରୋଫେସନାଲ କଲେଜ ଗୁଡିକ ରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଶତକଡା ୨୨.୫୦ ପ୍ରତିଶତ ସିଟ୍ ସଂରକ୍ଷଣ କରିବା , ସ୍ମାର୍ଟ ମୋବାଇଲ ଫୋନ ପ୍ରଦାନ କରିବା , (ଗୋରେଖନାଥ ବରିହା )

Exit mobile version