ବରିଷ୍ଠ କବି ବିନୋଦ ପଶାୟତ ଙ୍କୁ ସମ୍ବର୍ଦ୍ଧନା

 ଓଡ଼ିଶା ତାଜା ନ୍ୟୁଜ ( ୮ ଅଗଷ୍ଟ ରବିବାର ) ବରଗଡ଼ :- ସୃଷ୍ଟି ଫାଉଣ୍ଡେସନ ବରଗଡ଼ ପକ୍ଷରୁ ଆଜି ବରିଷ୍ଠ କବି,ଲେଖକ,ଗୀତିକାର ଏବଂ ନାଟ୍ୟକାର ବିନୋଦ ପଶାୟତ ଙ୍କୁ ତାଙ୍କ ଜୀବନ ବ୍ୟାପି ଅବଦାନ ପାଇଁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବରଗଡ଼ ଅଗ୍ରଗାମୀ ଯୁବକ ସଂଘ ଠାରେ କବି ରୋହିତ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ଜିଲ୍ଲାର ଅନେକ କବି କଳାକାର, ସଂଗୀତକାର ଯୋଗଦେଇ କବି ଶ୍ରୀ ପଶାୟତ ଙ୍କ ସାହିତ୍ୟ ରଚନା ଉପରେ ଆଲୋକପାତ କରିଥିଲେ ।

ପରେ ଅନୁଷ୍ଠାନ ପକ୍ଷରୁ କବି ଉପଢୈ।କନ ଓ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ କଳାକାର ଗୋପାଳ ଦାସ, ଡଃ ତପସ୍ଵିନୀ ଗୁରୁ,ନବ ମହତ୍ତମ, ଅଞ୍ଜଳି ମହତ୍ତମ, ଶୁଶିଲ କୁମାର ପ୍ରଧାନ,ତପନ କୁମାରୀ ଦାଶ ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ )

Exit mobile version