ଭୌମନଗର ଉନ୍ନୟନ ପରିଷଦ ଆନୁକୁଲ୍ୟରେ “ଜୟ ଓଡ଼ିଶା” ସଂସ୍ଥା ତରଫରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ – ନରେନ୍ ସାହୁ

ଓଡ଼ିଶା ତାଜା ନ୍ୟୁଜ ( ୮ ଅଗଷ୍ଟ ରବିବାର ) ଭୁବନେଶ୍ୱର ରିପୋର୍ଟ /ଅଭିମନ୍ୟୁ :- ରବିବାର ଦିବା ୪ଘଟିକା ସମୟରେ ଭୌମନଗର ଉନ୍ନୟନ ପରିଷଦ ଆନୁକୁଲ୍ୟରେ “ଜୟ ଓଡ଼ିଶା”ସଂସ୍ଥା ତରଫରୁ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଭୌମ ନଗର ଦୁର୍ଗା ମଣ୍ଡପ ଠାରେ ଅନୁଷ୍ଠିତ ହୋଇଥିଲା । ଲୋକ ଙ୍କୁ ଡେଙ୍ଗୁ ରୋଗ ରୁ ରକ୍ଷା କରିବା ପାଇଁ ଓ ସୁସ୍ଥ ବାତାବରଣ ସୃଷ୍ଟି କରିବା ସହ ଏକ ସଚେତନତା ବାର୍ତା ମାଧ୍ୟମରେ ଅବଗତ କରାଇଛନ୍ତି । ଡେଙ୍ଗୁ ଜ୍ୱର ଭଳି ଏକ ସଂକ୍ରମିତ ରୋଗରୁ ଲୋକଙ୍କୁ ରକ୍ଷା କରିବା ପାଇଁ ସୁସ୍ଥ ସମାଜ ଓ ଲୋକଙ୍କ କଲ୍ୟାଣ ପାଇଁ ଏହି ଡେଙ୍ଗୁ ନାଶନକାରୀ ମସା ଧୂଆଁ ଦିଆଯାଇଛି । ସାଧାରଣତଃ ମଶା ଙ୍କ ମାଧ୍ୟମରେ ଡେଙ୍ଗୁ ରୋଗ ବ୍ୟାପିଥାଏ ।

ଡେଙ୍ଗୁ ରୋଗକୁ ବିନାଶ କରିବାକୁ ହେଲେ ପରିବେଶ ଓ ପରିଷ୍କାର ପରିଛ୍ଛନ ଉପରେ ବିଶେଷ ଧ୍ୟାନ ଦେବା ଉଚିତ୍ । ଏହି କାର୍ଯ୍ୟକ୍ରମ ଦ୍ୱାରା ମଶା ଧୂଆଁ ଦିଆ ଯାଇ ମଶା ଙ୍କୁ ନାଶ କରିବାର ଉତ୍ତମ ଯୋଜନା ଆରମ୍ଭ କରିଛି ‘ଜୟ ଓଡ଼ିଶା’ ସଂସ୍ଥା । ଆଜିର ସୁସ୍ଥ ପରିବେଶ କାଲିର ଏକ ସୁନ୍ଦର ଭବିଷ୍ୟତ ଅଟେ .. ଏହି ସୁସ୍ଥତା କୁ ଲକ୍ଷ କରି ଡେଙ୍ଗୁ ସଚେତନତା ଗାଡ଼ି ସାହାଯ୍ୟ ରେ ୩୬ ନମ୍ବର ୱାର୍ଡ ପରିକ୍ରମା କରି ମଶା ଧୂଆଁ ଛଡାଯାଇଛି । ଏହି ଉତ୍ସବକୁ ପୁର୍ବତନ କର୍ପୋରେଟର ଶ୍ରୀ ନରେନ୍ ସାହୁ

ଏହି ଉତ୍ସବକୁ ପୁର୍ବତନ କର୍ପୋରେଟର ଶ୍ରୀ ନରେନ୍ ସାହୁ,ଉମାନଥ ମିଶ୍ର, ପୁର୍ବତନ ୱର୍ଡ ଅଫିସର ମାନସ ରଞ୍ଜନ ମିଶ୍ର, ବରିଷ୍ଠ ନାଗରିକ ଶ୍ରୀ ପଟଯୋଶୀ ବାବୁ, ୱର୍ଡ ସଭାପତି ଶ୍ରୀ ଶିବ ସୁଆର, ସମ୍ପାଦକ ଶେଖ୍ ତସବୀର, ଉପସ୍ଥିତ ରହି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ସମାଜ ସେବୀ ଶ୍ରୀ ସନାତନ ପୃଷ୍ଟି, ଶ୍ରୀ ରବିନ୍ଦ୍ରନାଥ ମହାନ୍ତି,

ଶ୍ରୀ ଭାଗିରଥି ଦାଶ ମହମ୍ମଦ ସେଖର,ଦିଫ୍ତିମୟୀ ରାୟ ,ଓ ୱର୍ଡ ର ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଉପସ୍ଥିତ ରହି ସହଯୋଗ କରିଥିଲେ । ସୋନାଲି, ଇତିଶ୍ରୀ,ମାମା , ଅର୍ପିତା,ସୁଭଙ୍କର,ଅତୁଲ, ଚେରି,ଶକ୍ତି ,ଲିପିକା , ପ୍ରତିଶୃତି,ବାପି , ବିଶ୍ବଜିତ “ଜୟ ଓଡ଼ିଶା “ର କର୍ମୀ ମାନଙ୍କୁ ଭୈମ ନଗର ଦୁର୍ଗା ପୂଜା କମିଟି ର ସଦସ୍ୟ ମାନେ ଧନ୍ୟବାଦ ଜଣାଇଛନ୍ତି ।

Exit mobile version