ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ ମା ବୈଷ୍ଣୋ ଦେଵୀ ପୀଠ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ ( ୮ ଅଗଷ୍ଟ ରବିବାର ) ବରଗଡ :- ଜର୍ନାଲିଷ୍ଟ ଏସୋସିଏସନ୍ ଅଫ ବରଗଡ (ଜାବ) ପକ୍ଷରୁ ବରଗଡ ସହର ସନ୍ନିକଟ ପବିତ୍ର ପୀଠ ସ୍ଥଳୀ ମା ବୈଷ୍ଣୋ ଦେଵୀ ମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା  । ଜାବ ର ସଭାପତି ରବି ପଣ୍ଡା ଙ୍କ ପୌରହିତ୍ୟ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରେ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ଡାକ୍ତର ସୁସ୍ମିତା ଦାଶ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ, ବରାହଗୋଡା ଫରେଷ୍ଟ ରେଞ୍ଜ ଅଫିସର ପୃଥ୍ୱୀରାଜ ବେହେରା ଯୋଗଦେଇ ପ୍ରଥମେ ବୃକ୍ଷ ରୋପଣ କରି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ପରେ ଆୟୋଜିତ ସଭା ରେ ଜାବ ର ବରଗଡ ୟୁନିଟ ର ସଚ୍ଚିଦାନନ୍ଦ ପାତ୍ର ସ୍ଵାଗତ ଭାଷଣ ଦେଇଥିଲେ ।

ଜାବ ର ଉପ ସଭାପତି ବିଜୟ ସାହୁ କାର୍ଯ୍ୟକ୍ରମ ର ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ଜାବ ର ସମ୍ପାଦକ ଯୁଧିଷ୍ଟିର ମହାପାତ୍ର ସଂଘ ର ଆଗାମୀ ଦିନର କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ଶେଷରେ ସଂଘ ର ଅଫିସ୍ ସମ୍ପାଦକ ବଦ୍ରି ପ୍ରସାଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ସଂଘ ର ସାଂଗଠାନିକ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା । ଏଥିରେ ବରଗଡ ଜିଲ୍ଲାରେ ଆଉ ଏକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ସହ ବରଗଡ ରେ ଥିବା ପୁରୁଣା କେନ୍ଦ୍ରୀୟ ବିଦ୍ୟାଳୟ ରେ ସିଟ ସଂଖ୍ୟା ବୃଦ୍ଧି ସହ ସେକ୍ସନ ବୃଦ୍ଧି କରିବା ଦାବୀ ନେଇ ଏକ ସ୍ମାରକ ପତ୍ର ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କୁ ପ୍ରଦାନ କରିବାକୁ ନିଷ୍ପତି ନିଆ ଯାଇଥିଲା ।

ଆଜିର ଏହି କାର୍ଯ୍ୟକ୍ରମ ରେ ସଂଘ ର ସମସ୍ତ ୧୨ ଟି ବ୍ଲକ ର କର୍ମକର୍ତ୍ତା ଓ ସଦସ୍ୟ ମାନେ ଯୋଗଦାନ କରିଥିଲେ । ଆଜି ଜାଵ ଓ ମା ବୈଷ୍ଣୋ ଦେଵୀ ମନ୍ଦିର କମିଟି ର ମିଳିତ ଉଦ୍ୟମ ରେ ପବିତ୍ର ପୀଠ ରେ ୩୦୦ ଟି ଵୃକ୍ଷ ରୋପଣ କରାଯାଇଥିଲା ।  ଆଜିର ଏହି କାର୍ଯ୍ୟକ୍ରମ ରେ ସଂଘ ର ବରିଷ୍ଠ ସଦସ୍ୟ ହେମନ୍ତ ପ୍ରଧାନ,ସୁରେଶ ଦାଶ, ସଞ୍ଜୀବ ପୁରୋହିତ, ରମଣୀ ରଂଜନ ବେହେରା, ବ୍ୟୋମକେଶ କର, ସୁବ୍ରତ ବିର୍ତ୍ତିଆ, ସତ୍ୟଜିତ ପ୍ରଧାନ, ରଞ୍ଜିତ ଦାଶ, ଜୟ ସିଂ ପ୍ରଧାନ,ଅର୍ଜୁନ ସାହୁ, ରିଙ୍କୁ ଷଡ଼ଙ୍ଗୀ, ଝସ୍ କେତନ ସାହୁ,ଶିବ ଶଙ୍କର ବିଶ୍ୱାଳ,ରିଙ୍କୁ ସାହୁ, ନୀଳକଣ୍ଠ ଦୀପ,ହେମନ୍ତ ସାହୁ, ପ୍ରିୟ ରଂଜନ ଭୋଇ, ବଳରାମ ବାଗ,ଜ୍ୟୋତି ରଞ୍ଜନ ମହାପାତ୍ର,ମୁକୁନ୍ଦ ଷଡ଼ଙ୍ଗୀ,ହୀରା ମହାକୁର, ଗୋପାଳକୃଷ୍ଣ ଗର୍ଗ, ସୁନିଲ ମିଶ୍ର, ଜିତେନ୍ଦ୍ରିୟ ମେହେର, ବିଜୟ କର୍ଣ୍ଣ,ଅଶ୍ଵିନୀ ପାତ୍ର,ପଦ୍ମଲୋଚନ ସାହୁ,ନେପାଲ ପ୍ରଧାନ,ଗୁଣନିଧି ମେହେର ପ୍ରମୁଖ ଉପସ୍ଥିତ ଥିଲେ । ସଂଘ ପକ୍ଷରୁ ମା ଙ୍କ ପାଖରେ ଶତ ଆରତୀ ସହ ସଂସାର ର ମଙ୍ଗଳ କାମନା କରା ଯାଇଥିଲା । (ରିପୋର୍ଟ – ନିରୋଜ କୁମାର ପାଣୀ )

Exit mobile version