୫୫ନଂ ଜାତୀୟ ରାଜପଥରୁ ୩ ହାଇେୱେ ଲୁଟେରାଙ୍କୁ କାବୁ କଲା ପେଟ୍ରୋଲିଂ ସ୍କ୍ୱାର୍ଡ , ୨ ସ୍କୁଟି ଜବତ ଓ ଜଣେ ଫେରାର

ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ରବିବାର ) ଢେଙ୍କାନାଳ :-  ଆଜି ଅପରାହ୍ନ ୪ଟା ୧୫ ମିଳିଛି ସମୟରେ ଜିଲ୍ଲା ୫୫ ନଂ ଜାତୀୟ ରାଜପଥରୁ ୩ ହାଇେୱେ ଲୁଟେରାଙ୍କୁ କାବୁ କରିବାରେ ସଫଳ ହୋଇଛି ହାଇେୱେ ପୋଲିସ୍ ପେଟ୍ରୋଲିଂ ସ୍କୁଆର୍ଡ। ଘଟଣା ସ୍ଥଳରେ ଜଣେ ଫେରାର୍ ହୋଇ ଯାଇଥିବା ବେଳେ ବ୍ୟବହୃତ ଦୁଇଟି ସ୍କୁଟିକୁ ଜବତ୍ କରିଛି ପୋଲିସ। ଘଟଣାରୁ ପ୍ରକାଶ, ଗତ କିଛି ଦିନ ହେବ କୋରିଆ ବାଇପାସ୍ ଠାରୁ କଲେଜ୍ ବାଇପାସ୍ ମଧ୍ୟ ଦେଇ ଯାଇଥିବା ଜାତୀୟ ରାଜପଥର ଉପରେ କିଛି ଅସମାଜିକ ଯୁବକ ଯାଉଥିବା ଗାଡ଼ି ଗୁଡ଼ିକୁ ଅଟକାଇ ଚାଳକଙ୍କୁ ମାଡ଼ ମାରି ଦାଦାବଟି ଆଦାୟ କରୁଥିବା ନେଇ କୌଣସି ବିଶେଷ ସୂତ୍ରରୁ ପୋଲିସ୍ ସୂଚନା ମିଳିଥିଲା।

ସୂଚନା ଆଧାରରେ ହାଇେୱେ ପେଟ୍ରୋଲିଂ ଅଧିକାରୀ ଶ୍ରୀ ସୁଦାମ କୁମାର ମହାପାତ୍ରଙ୍କ ନେତୃତ୍ୱରେ ଆଜି ହାଇେୱେ ପେଟ୍ରୋଲିଂ ସ୍କୁଆର୍ଡ ଯୋଜନା ମୁତାବକ ଦିନତମାମ ସଜାଗ ହୋଇ ଜଗି ରହିଥିବା ବେଳେ ଅପରାହ୍ନ ୪:୧୫ ମି ସମୟରେ କଲେଜ୍ ବାଇପାସ୍ ସ୍ଥିତ ଶିବ ମନ୍ଦିର ନିକଟସ୍ଥ ୫୫ନଂ ଜାତୀୟ ରାଜପଥ ଉପରେ ଯାଉଥିବା ଏକ ଟ୍ରକକୁ ଅଟକାଇ ଚାଳକକୁ ମାଡ ମାରି ଦାଦାବଟି ଆଦାୟ ବେଳେ ୩ ହାଇେୱେ ଲୁଟେରାଙ୍କୁ କାବୁ କରିବାରେ ସକ୍ଷମ ହୋଇଛି।

ଘଟଣା ସ୍ଥଳରେ ଜଣେ ଅଭିଯୁକ୍ତ ଫେରାର୍ ହେବାରେ ସକ୍ଷମ ହୋଇଥିବା ବେଳେ ବ୍ୟବହୃତ ଦୁଇଟି ସ୍କୁଟି(OD06-F-5492 ଓ ODO6-D-7842) କୁ ଜବତ୍ କରାଯାଇଛି। ଅଟକ ୩ ଲୁଟେରା ମଧ୍ୟରୁ ଦୁଇ ଜଣ ରାଜା ବାହାଦୂର (୧୯), ରାଜେଶ୍ ରାଉତ (୨୬) ସହରର ଗୁଡିଆନାଳୀ ନିକଟସ୍ଥ ଚାନ୍ଦମାରି ଅଂଚଳର ଥିବାବେଳେ ଅନ୍ୟ ଜଣଙ୍କ ଅମଲାପଡା ଅଂଚଳର ରାକେଶ ମହାପାତ୍ର (୩୦) ଏବଂ ଫେରାର ଅଭିଯୁକ୍ତ ଜଣଙ୍କ ମଧ୍ୟ ସେହି ଚାନ୍ଦମାରି ଅଂଚଳର ବୋଲି ପୋଲିସ ସୂଚନା ଦେଇଛନ୍ତି। (ରିପୋର୍ଟ – ଅମର ରଞ୍ଜନ ଦାସ)

Exit mobile version