Home ଓଡ଼ିଶା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ by Proprietor Abhimanyu Maharana 5 years ago Share on FacebookShare on TwitterWhatsapp ଓଡ଼ିଶା ତାଜା ନ୍ୟୁଜ (୮ ଅଗଷ୍ଟ ରବିବାର ) ନୟାଗଡ଼ :- ନୟାଗଡ଼ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଆନୁକୂଲ୍ୟରେ କୋଭିଡ ନିୟମ ଅନୁପାଳନ ପୂର୍ବକ ବୃକ୍ଷରୋପଣ କାର୍ଯ୍ୟକ୍ରମ ରାଜ୍ୟ କୃଷି ମନ୍ତ୍ରୀ ଡ ଅରୁଣ କୁମାର ସାହୁଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି |ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଅମ୍ବିକା ପ୍ରସାଦ ପଟ୍ଟନାୟକ ଙ୍କ ପୌରହିତ୍ୟରେ ଏକ ବୃକ୍ଷ ରୋପଣ ସମ୍ପର୍କିତ ସଚେତନତା ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା | ବୃକ୍ଷ ରୋପଣର ଆବଶ୍ୟକତା ସହ ଏହାକୁ ବଞ୍ଚାଇପାରିଲେ ବୃକ୍ଷ ରୋପଣର ପ୍ରକୃତ ଉଦେଶ୍ୟ ସାଧିତ ହୋଇ ପାରିବ ବୋଲି ମନ୍ତ୍ରୀ ଡ ସାହୁ ଉପସ୍ଥିତ ଶିକ୍ଷର୍ଥୀ ଅଭିଭାବକଙ୍କୁ ପରାମର୍ଶ ଦେଇଥିବା ବେଳେ ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଡ଼ିଏଫଓ ଧନରାଜ ହନୁମନ୍ତଜି ଧନନ୍ଧିରେ, ମୁନିସିପାଲିଟିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଯେନା ପ୍ରମୁଖ ଯୋଗ ଦେଇ ବୃକ୍ଷ ରୋପଣ କିଭଳି ମାନବ ସ୍ୱାସ୍ଥ୍ୟ ସୁରକ୍ଷା ସହ ଜଡିତ ତାର ଅବତାରଣା କରିବା ସହ ସମ୍ମାନିତ ଅତିଥି ଦ୍ବୟ ବୃକ୍ଷ ରୋପଣ ମଧ୍ୟ କରିଥିଲେ |ପରିଶେଷରେ ବିଦ୍ୟାଳୟର ସମ୍ପାଦକ ଶାନ୍ତନୁ କୁମାର ସ୍ୱାଇଁ ଉପସ୍ଥିତ ଅତିଥିଙ୍କ ସମେତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |ତେବେ ପବିତ୍ର ଶିକ୍ଷାନୁଷ୍ଠାନ ମଧ୍ୟରେ ବୃକ୍ଷ ରୋପଣ ପରି ଏକ ମହାନ କାର୍ଯ୍ୟକ୍ରମ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର କର୍ତୃପକ୍ଷ ପକ୍ଷ ସମ୍ପାଦନ କରାଇଥିବାରୁ ସାଧାରଣରେ ଶିକ୍ଷାନୁଷ୍ଠାନ ପ୍ରତି ପ୍ରଂଶସା ପ୍ରକାଶ ପାଇଛି | ( ରିପୋର୍ଟ -ରାମକୃଷ୍ଣ ରଥ ) Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ବାଲିଗୁଡ଼ାରେ ଧୁମ୍ଧାମରେ ପାଳିତ ହେଲା ଶିଶୁ ଦିବସ by Proprietor Abhimanyu Maharana November 15, 2026 ଅନାଗୁଲକୁ ଗଡ଼ିଲା ‘ମୋ ବସ୍’ : ଅଞ୍ଚଳର ପରିବହନ ବ୍ୟବସ୍ଥାରେ ଯୋଡ଼ିହେଲା ନୂଆ ଅଧ୍ୟାୟ by Proprietor Abhimanyu Maharana November 15, 2026 ଜଙ୍ଗଲରୁ ଶାଳ କାଠ ଚୋରାଚାଲାଣ ବେଳେ ଚଢ଼ାଉ : କାଠ ସହ ବୋଲେରୋ ପିକ୍ଅପ୍ ଜବତ, ଚାଳକ ଫେରାର by Proprietor Abhimanyu Maharana November 15, 2026 ଅର୍ଣ୍ଣବ ବାତ୍ୟାରେ ଧ୍ୱଂସ ହୋଇଛି ଜଳସେଚନ ବ୍ୟବସ୍ଥା, ଚିନ୍ତାରେ ଇନ୍ଦ୍ରଗଡ଼ର ଚାଷୀ,: ତୁରନ୍ତ ସମାଧାନ ପାଇଁ ଦାବୀ by Proprietor Abhimanyu Maharana November 15, 2026 ୧୦ କି.ମି.ରାସ୍ତା କୁ ୪୫ କି.ମି.ଯିବାକୁ ପଡୁଛି : ସ୍ୱାଧୀନତାର ୭୯ ବର୍ଷ ପରେ ବି ଦୂର ହେଉନି ଘାଟିତଳ ଗ୍ରାମବାସୀଙ୍କ ଦୁର୍ଦ୍ଦଶା, by Proprietor Abhimanyu Maharana November 15, 2026 ଜିଲ୍ଲାସ୍ତରୀୟ ଜାତୀୟ ପ୍ରେସ୍ ଦିବସ ‘ସାମ୍ବାଦିକତା : ଲୋକପ୍ରିୟତା ବନାମ କର୍ତ୍ତବ୍ୟବୋଧ’ ଶୀର୍ଷକରେ ହେବ ଆଲୋଚନାଚକ୍ର, ଯୋଗଦେବେ ଜିଲ୍ଲାପାଳ ଓ ଏସ୍ପି by Proprietor Abhimanyu Maharana November 15, 2026