ଗୁମ୍ମା ବ୍ଲକର ଗାଇବା ଠାରେ ଆଜି “ଜିଓ ସେଲୁଲାର ସିଗ୍ନାଲ ଟାୱାର” ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓଙ୍କ ଦ୍ୱାରା ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ, ଶନିବାର ) ପାରଳାଖେମୁଣ୍ଡି :- ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ଗାଇବା ଠାରେ ପ୍ରତିଷ୍ଠା କରାଯାଇଥିବା “ଜିଓ ସେଲୁଲାର ସିଗ୍ନାଲ ଟାୱାର” କୁ ଆଜି ପାରଳାଖେମୁଣ୍ଡି ବିଧାୟକ କେ. ନାରାୟଣ ରାଓ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ l ଯିଓ ଟାୱାର କାର୍ଯ୍ୟକ୍ଷମ ହେଲେ ଗୁମ୍ମା ବ୍ଲକର ବହୁ ଜନସାଧାରଣ ଉପକୃତ ହେବେ ବୋଲି ବିଧାୟକ କହିଥିଲେ l

ଏହି ଉଦଘାଟନ ସମାରୋହ ରେ ଅନ୍ୟମାନଙ୍କ ମଧ୍ୟରେ ଜିଓର ଗଜପତି ଡ଼ିଭିଜନ ର ମେନେଜର ଆଲୋକ ତିୱାରୀ, ବିଧାୟକ ପ୍ରତିନିଧି କୃଷ୍ଣ ଚନ୍ଦ୍ର ବିଷୋୟୀ, କାଶୀନଗର ବ୍ଲକ ଅଧ୍ୟକ୍ଷ ସି.ଏଚ୍ଚ. ସିମାଦ୍ରି , ପୁର୍ବତନ ନଗର ପାଳ ନୃସିଂହ ଚରଣ ପଟ୍ଟନାୟକ ପ୍ରୁମୁଖଙ୍କ ସମେତବିଜେପିର ମଣ୍ଡଳ ସଭାପତି ଓ କର୍ମକର୍ତ୍ତା ବୃନ୍ଦ ଉପସ୍ଥିତ ଥିଲେ l (ଗରୁଡ଼ ଧ୍ଵଜ ଚୌଧୁରୀ)

Exit mobile version