ସମ୍ବଲପୁରୀ ବସ୍ତ୍ରାଳୟରେ ଜାତୀୟ ହସ୍ତତନ୍ତ ଦିବସ ପାଳିତ ; ଗିଫ୍ଟ ଭାଉଚର ର ଶୁଭାରମ୍ଭ

ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ, ଶନିବାର ) ବରଗଡ଼ :- ବରଗଡ଼ ସହର ସମ୍ବଲପୁରୀ ବସ୍ତ୍ରାଳୟର ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଥିବା ମେଗା ସୋ ରୁମ ଠାରେ ଜାତୀୟ ହସ୍ତତନ୍ତ୍ର ଦିବସ ପାଳିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସମ୍ବଲପୁରୀ ବସ୍ତ୍ରାଳୟର ପ୍ରଶାସିକା ତଥା ବରଗଡ଼ ଜିଲ୍ଲାପାଳ ମନୀଷା ବାନାର୍ଜୀ ଯୋଗ ଦେଇ ସମ୍ବଲପୁରୀ ବସ୍ତ୍ର ସଂପର୍କ ରେ ଆଲୋକପାତ କରିବା ସହ ବସ୍ତ୍ରାଳୟର ବିଭିନ୍ନ ସ୍ଥାନରେ ଥିବା ବିକ୍ରୟ କେନ୍ଦ୍ର ଗୁଡିକରେ ଲୁଗା ବିକ୍ରି ଉପରେ ଗ୍ରାହକଙ୍କ ପାଇଁ ଗିଫ୍ଟ ଭାଉଚର ଯୋଜନାର ଶୁଭାରମ୍ଭ କରିଥିଲେ ।

ସେହିପରି ସମ୍ବଲପୁରୀ ବସ୍ତ୍ରାଳୟର ରେ ଏବେ ସରକାରୀ ରିହାତି ରହିଥିବା ସୂଚାଇ ଥିଲେ । ସମ୍ବଲପୁରୀ ବସ୍ତ୍ର ର ଚାହିଦା ବୃଦ୍ଧି ସକାଶେ ତଥା ବୁଣାକାର ଭାଇ ଭଉଣୀ ମାନଙ୍କୁ ଉତ୍ସାହିତ କରିବା ସକାଶେ myhandloommypride and odishahandloom magichashtag ରେ ନିଜକୁ ଯୋଡ଼ିବା ପାଇଁ ନିବେଦନ କରିଥିଲେ ।

ବର୍ତ୍ତମାନ ସମ୍ବଲପୁରୀ ବସ୍ତ୍ର କୁ ଏକ ନୂତନ ରୁପ ଦେବା ସକାଶେ ଆନ୍ତର୍ଜାତିକ ଖ୍ୟାତି ସମ୍ପନ୍ନ ବେସନ ଡିଜାଇନର ବିଭୁ ମହାପାତ୍ର ଙ୍କୁ ବସ୍ତ୍ରାଳୟର ରେ ସାମିଲ କରାଯାଇଛି । ତାଙ୍କ ଦ୍ଵାରା ଡିଜାଇନ୍ ରୁ ଉତ୍ପାଦିତ ଲୁଗା ଅତି ଶିଘ୍ର ଗ୍ରାହକ ମାନେ ବସ୍ତ୍ରାଳୟର ବିକ୍ରୟ କେନ୍ଦ୍ର ଗୁଡିକରୁ ପାଇଁ ପାରିବେ ବୋଲି ଶ୍ରୀମତୀ ବାନାର୍ଜୀ କହିଥିଲେ । ଉତ୍ସବରେ ବସ୍ତ୍ରାଳୟର ପରିଚାଳନା ନିର୍ଦ୍ଦେଶକ ଶିଶିର କୁମାର ନାଗ, ସମ୍ପାଦକ ସମ୍ପୂନାନନ୍ଦ ପ୍ରଧାନ, ବିକ୍ରୟ ପ୍ରବନ୍ଧକ ହେମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ । (ସତ୍ୟ ନାରାୟଣ ପ୍ରଧାନ)

Exit mobile version