ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ର ଉନ୍ନତି ଓ ସ୍ବାସ୍ଥ୍ୟ ସେବା ଉପରେ ବିଧାୟକଙ୍କ ଗୁରୁତ୍ୱାରୋପ

ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ, ଶନିବାର ) ନୂଆଗାଁ :- ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍  ଅନ୍ତର୍ଗତ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି।ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ର ଉନ୍ନତି,ରୋଗୀ ମାନଙ୍କୁ ସ୍ବାସ୍ଥ୍ୟ ସେବା ,ମ୍ୟାଲେରିଆ ,ଡେଙ୍ଗୁ ଆଦି ରୋଗର ଦୂରୀକରଣ ଉପରେ ଗୁରୁତ୍ୱାରୋପ କରିଥିଲେ ।

ତତ୍ ସହିତ ଚଳିତ ବର୍ଷ ସ୍ୱାସ୍ଥ୍ୟକେନ୍ଦ୍ର ରେ ଉନ୍ନତ ମାନର ଚିକିତ୍ସା ଉପକରଣ କ୍ରୟ କରାଯାଇ ରୋଗୀ ମାନଙ୍କୁ ଚିକିତ୍ସା କରାଯିବା ଉପରେ ବୈଠକ ରେ ଆଲୋଚନା କରାଯାଇଥିଲା। ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ,ବିଡ଼ିଓ ପ୍ରମୋଦ କୁମାର ନାୟକ,ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଦେବୀ ପ୍ରସାଦ ପ୍ରଧାନ ପ୍ରମୁଖ ଯୋଗଦେଇଥିଲେ । ଏହି ବୈଠକ ରେ ରୋଗୀ କଲ୍ୟାଣ ସମିତି ର ସଭ୍ୟ ମାନେ ଉପସ୍ଥିତ ଥିଲେ। ( ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ )

Exit mobile version