ଭୁବନେଶ୍ୱର ମହାନଗର ନିଗମର ପ୍ରତ୍ୟେକ ୱାର୍ଡ ରେ ସରକଙ୍କ ବିଫଳତା ଜଣେଇବା ସହ ସଚେତନତା ଅଭିଯାନ ଚାଲୁ ରଖିବ ବିଜେପି : ବାବୁସିଂ

ଡେଙ୍ଗୁ ନିୟନ୍ତ୍ରଣରେ ବିଏମସି ବିଫଳ ପ୍ରତିବାଦରେ ବିଜେପିର ବିକ୍ଷୋଭ ଓ ସଚେତନତା ଅଭିଯାନ ଏକାମ୍ର ନିର୍ବାଚନ ମଣ୍ଡଳୀ ରେ

ଓଡ଼ିଶା ତାଜା ନ୍ୟୁଜ (୭ ଅଗଷ୍ଟ, ଶନିବାର ଭୁବନେଶ୍ୱର :- ରାଜଧାନୀରେ ଡେଙ୍ଗୁରୋଗ ବ୍ୟାପୁଛି କାହାପାଇଁ..?? “ମୋ ସରକାର”ଙ୍କ ମାରାତ୍ମକ “ଡେଙ୍ଗୁ” ପ୍ରତି ଅଣଦେଖା ଯୋଗୁଁ ଆଜି ସ୍ମାର୍ଟସିଟି ରାଜଧାନୀ ଭୁବନେଶ୍ୱରରେ ବହୁଳ ମାତ୍ରାରେ ଲୋକମାନେ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହେବା ସହ କିଛି ଲୋକ ମଧ୍ୟ ମୃତ୍ୟୁ ବରଣ କଲେଣି..!! ଏଥିପାଇଁ ଦାୟୀ କିଏ।ଦିନକୁ ଦିନ ରାଜ୍ୟରେ ଡେଙ୍ଗୁ ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି।ବିଶେଷ କରି ରାଜଧାନୀରେ ହୁ ହୁ ହୋଇ ବଢିଚାଲିଛି।ରାଜଧାନୀ ବାସିନ୍ଦା ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି।ପ୍ରତି ଦିନ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ।

ରାଜଧାନୀ ରେ କରୋନା ପରେ ଡେଙ୍ଗୁ ଜ୍ଵର ଏକ ବଡ଼ ସମସ୍ୟା ପାଲଟିଛି।କିନ୍ତୁ ଦୁର୍ଭାଗ୍ୟର କଥା ବିଏମ୍ସି ଏ ଦିଗରେ କୌଣସି ପଦକ୍ଷେପ ନନେଇ ଚୁପ ବସିଛନ୍ତି କେବଳ ପ୍ରଚାର ପ୍ରସାର କରି ବିଭିନ୍ନ ଗଣମାଧ୍ୟମ ରେ।ରାଜଧାନୀ ବାସୀଙ୍କୁ ସବୁ ପ୍ରକାର ସୁବିଧା ଦେବା ପାଇଁ ବିଏମସି ପ୍ରତିଶ୍ରୁତିବଦ୍ଧ ହେବା ଦରକାର।କିନ୍ତୁ ବିଏମସି ନିଜ କର୍ତ୍ତବ୍ୟ ସମ୍ପାଦନ କରିବାରେ ବିଫଳ ହୋଇଛି।ଭୁବନେଶ୍ୱର ବାସୀଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା, ଡ୍ରେନେଜ ସଫା କରିବା, ରାସ୍ତା ଘାଟ ମରା ମତି କରିବା ଦିଗରେ ବିଏମସି ସମ୍ପୂର୍ଣ୍ଣ ଭାବେ ଚୁପ ରହିଛି । ବିଭିନ୍ନ ପୁରୁଣା ଗାଡ଼ି ଗ୍ୟାରେଜ ରେ ଥିବା ଟାୟାର, ଫୁଲକୁଣ୍ଡ, ପଇଡ଼ ଖୋଲ ଭିତରେ ପାଣି ଜମି ରହୁଥିବାରୁ ସେ ସ୍ଥାନ ଗୁଡିକରେ ମଶା ଙ୍କର ବଂଶ ବୃଦ୍ଧି ହେଉଛି ଏବଂ ଡେଙ୍ଗୁ ରୋଗ ବ୍ୟାପୁଛି।ସେହି ସ୍ଥାନ ଗୁଡିକୁ ବିଏମସି ଚିହ୍ନଟ କରି ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିବା ଦରକାର ।

ଆଜି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି ପକ୍ଷରୁ ଏକାମ୍ର ନିର୍ବାଚନ ମଣ୍ଡଳୀ ର ଖଣ୍ଡଗିରି ମଣ୍ଡଳର ଘାଟିକିଆ ଅଞ୍ଚଳରେ ବିକ୍ଷୋଭ ପ୍ରଦର୍ଶନ ସହ ସଚେତନତା ଅଭିଯାନ ଓ ବିଭିନ୍ନ ସ୍ଥାନରେ ମଶା ତେଲ ଆଦି ଛିଞ୍ଚନ କରାଯାଇଥିଲା।ଏଥିରେ ଭୁବନେଶ୍ୱର ବିଜେପି ଜିଲ୍ଲା ସଭାପତି ବାବୁସିଂ,ପୂର୍ବତନ କର୍ପୋରେଟର ରଘୁ ମହାନ୍ତି,ଖଣ୍ଡଗିରି ମଣ୍ଡଳ ସଭାପତି ରାମଚନ୍ଦ୍ର ରଣସିଂ,ରାଜ୍ୟ କୃଷକ ମୋର୍ଚ୍ଚା ସଂଯୋଜକ ସୁନୀଲ ପ୍ରଧାନ, ଭୁବନେଶ୍ୱର ଜିଲ୍ଲା ସାଧାରଣ ସମ୍ପାଦକ ହିମାଂଶୁ ଶେଖର ଛୋଟରାୟ, ଇଦିଶ ଭୁଇଁଆ, ବ୍ରଜରାଜ୍ ବଳବନ୍ତ ରାୟ, କାର୍ତ୍ତିକ ସୁନ୍ଦରାୟ, ଶିଶିର ସୁନ୍ଦରାୟ,ରଜନୀ ଵାଳା ଦାସ, ବ୍ରହ୍ମାନନ୍ଦ ବେହେରା ପ୍ରମୁଖ ଯୋଗଦେଇ ଥିଲେ। ବାବୁସିଂ ସଭାପତି ଭୁବନେଶ୍ୱର ସାଙ୍ଗଠନିକ ଜିଲ୍ଲା ବିଜେପି

Exit mobile version