ଜେଏମଏଫସି କୋର୍ଟ ପରିସରରେ ସର୍କିଟ କୋର୍ଟ ଉଦଘାଟିତ

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ହିଞ୍ଜିଳିକାଟୁ :-  ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଶେଷ ଉଦ୍ୟମ କ୍ରମେ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିକାଟୁ ପୋୖରାଞ୍ଚଳ ସ୍ଥିତ ପ୍ରଥମଶ୍ରେଣୀ (ଦେୱାନୀ ଓ ଫୌଜଦାରୀ) ବିଚାର ବିଭାଗୀୟ ଅଦାଲତର ନ୍ୟାୟିକ ବ୍ୟବସ୍ଥାରେ ପୁଣି ଯୋଡି ହୋଇ ଯାଇଛି ଏକ ନୂତନ ଫର୍ଦ୍ଦ।ସ୍ଥାନୀୟ ଅଞ୍ଚଳର ଫୌଜଦାରୀ ଓ ଦେୱାନୀ ମାମଲାର ନ୍ୟାୟିକ ସୁଗମତା ଓ ସୁପରିଚାଳନା ସକାଶେ ଜେଏମଏଫସି ପରିସରରେ ଶୁକ୍ରବାର ଉଦଘାଟିତ ହୋଇଛି ଅତିରିକ୍ତ ଜିଲ୍ଲା ଅଦାଲତର ଏକ ସର୍କିଟ କୋର୍ଟ।ରାଜ୍ୟ ସରକାରଙ୍କ ଆଇନ ବିଭାଗ ଓ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନୁମୋଦନ କ୍ରମେ ପ୍ରଥମ କରି ଉକ୍ତ ସର୍କିଟ କୋର୍ଟକୁ ଆଜି ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ଉଦଘାଟନ କରାଯାଇଛି।ସ୍ଥାନୀୟ ହିଞ୍ଜିଳିକାଟୁ ଓକିଲ ସଂଘ ଆନୁକୂଲ୍ୟରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ଦେୱାନୀ ଫୌଜଦାରୀ ଅଦାଲତର ମାନ୍ୟବର ବିଚାରପତି ଶଶିକାନ୍ତ ମିଶ୍ର ପ୍ରଥମେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ପ୍ରତିକୃତି ରେ ପୁଷ୍ପମାଲ୍ୟ ପ୍ରଦାନ କରି ଆନୁଷ୍ଠାନିକ ଭାବେ ସର୍କିଟ କୋର୍ଟ ଗୃହକୁ ଉଦଘାଟନ କରିଥିଲେ।

ଅତିରିକ୍ତ ଜିଲ୍ଲା ଦୈରା ଜର୍ଜ ରାଜା ରମଣ ପାଢ଼ୀ ସର୍କିଟ କୋର୍ଟର ବିଚାରପତି ଭାବେ ଫୌଜଦାରୀ ମାମଲାର ପରିଚାଳନା ଓ ଶୁଣାଣି କରିଥିଲେ।ଉଦଘାଟନ ସମାରୋହ ବେଳେ ରେଜିଷ୍ଟ୍ରାର ଅମରେଶ ନାୟକ, ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ମାଜିଷ୍ଟ୍ରେଟ ରାଜଶ୍ରୀ ପଟ୍ଟନାୟକ, ପବ୍ଳିକ ପ୍ରୋସିକ୍ୟୁଟର ତ୍ରିଲୋଚନ ପରିଡା,ତହସିଲଦାର ପ୍ରଭାତ କୁମାର ପରିଡା,ବିଡିଓ ସୁବ୍ରତ କୁମାର ଜେନା, ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀ ଡଃ ମନୋରଞ୍ଜନ ସାହୁ,ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସ,ସଙ୍ଘ ସଭାପତି ଦ୍ବିତୀକୃଷ୍ଣ ସାବତ, ସମ୍ପାଦକ ସୁଶାନ୍ତ କୁମାର ପାଣିଗ୍ରାହୀ,ଉପ ସଭାପତି ଉପେନ୍ଦ୍ର କୁମାର ପଣ୍ଡା,ବରିଷ୍ଠ ଆଇନଜୀବୀ ନିର୍ମଳ କୁମାର ସାହୁ,ଚିତ୍ତ ରଞ୍ଜନ ମହାରଣା, ମୁକ୍ତିରାମ ସାବତ,ପ୍ରମୋଦ କୁମାର ଦଳାଇ,ଜିସୁ ବେହେରା,ମାନସ ରଞ୍ଜନ ପାଢ଼ୀ,ଜଗତ ମୋହନ ସାହୁ, ଲୋକନାଥ ସାହୁ,ନୃସିଂହ ପ୍ରସାଦ ପଟ୍ଟନାୟକ,ମହେନ୍ଦ୍ର କୁମାର ପାତ୍ର, ବଂଶୀଧର ସାହୁ,ବିଭୁ ପ୍ରସାଦ ପଣ୍ଡା, ରାମଚନ୍ଦ୍ର ମହାପାତ୍ର,ନିରଞ୍ଜନ ସାହୁ,ସୁରେନ୍ଦ୍ର ପାଣିଗ୍ରାହୀ,ଉମେଶ ସାହୁ,ପିତାମ୍ବର ସାହୁ ଓ ଶାନ୍ତନୁ ପୋଲେଇଙ୍କ ଓ ଜିତେନ ପ୍ରହରାଜଙ୍କ ସମେତ ବହୁ ଆଇନଜୀବୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।

Exit mobile version