ହାଇଟେକ୍ ବସ୍ତି 40 ଘରର ବାସିନ୍ଦାଙ୍କୁ – ଯୁବ ସମାଜ ସେବୀ ‌ନଳିନୀକାନ୍ତ ମହାନ୍ତି ଓ ମାନସୀ ଶତପଥୀ ସହଯୋଗ କରିଥିଲେ ।

ଭୁବନେଶ୍ୱର , ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍‌) ଭୁବନେଶ୍ୱର ରବିବାର, ଏପ୍ରିଲ 12.4.2020 :- ଘରେ ରୁହନ୍ତୁ କୋରାନ ଭାଇରସ ସହିତ ମୁକାବିଲା କରିବା ପାଇଁ ଅନ୍ୟ ମାନଙ୍କୁ ମହାମାରୀ କୋରାନ ଭାଇରସରୁ ବଞ୍ଚାନ୍ତୁ । ସାରା ଓଡିଶାରେ ଦୋକାନ ସବୁ ବନ୍ଦ ହୋଇଥିଲା ବେଳେ ଯେଉଁ ମାନଙ୍କ ପାଖରେ BPL ଓ ରେସନ କାର୍ଡ ସେମାନେ ସୁବିଧାରେ ଖୁସିରେ ସରକାରୀ ଅନୁଦାନ ପାଉଛନ୍ତି ।

କିନ୍ତୁ ସରକାରୀ ନିୟମ ଅନୁସାରେ ମୁକାବିଲା ଲାଗି 21 ଦିନ ଲକ ଡାଉନୁ ବଦଳାଇ 30 ଏପ୍ରିଲ ପଯ୍ୟନ୍ତ ହୋଇଥିଲା । ଏ ଅସମୟରେ ରାଜଧାନୀରେ ହାତ ବଢ଼ାଇ ନିଜସ୍ୱ ଜମା ରାଶିରୁ କିଛି ଘରୋଇ ସାମଗ୍ରୀ ଦେଇଥିଲେ ଯୁବ ସମାଜ ସେବୀ ‌ନଳିନୀକାନ୍ତ ମହାନ୍ତି ଏବଂ ମାନସୀ ଶତପଥୀଙ୍କ ମିଳିତ ସହଯୋଗରେ ସରକାରଙ୍କ ଯୋଜନାରୁ ବଞ୍ଚିତ ଥିବା ହାଇଟେକ୍ ବସ୍ତି 40 ଘରର ବାସିନ୍ଦାଙ୍କୁ ଚାଉଳ, ଡାଲି, ପିଆଜ, ଆଳୁ,ତେଲ, ମସଲା, ଦିଆସିଲିର, ସାନିଟାରୀ ଓ ପିନ୍ଦିବାକୁ ମାକ୍ସର ବନ୍ଦୋବସ୍ତ କରାଯାଇଥିଲା,

Exit mobile version