ଆକ୍ସିସ୍ ବ୍ୟାଙ୍କର ହ୍ୱାଟସ୍‌ଆପ୍‌ ବ୍ୟାଙ୍କିଙ୍ଗ ୧ ନିୟୁତ ଗ୍ରାହକ ମାଇଲଖୁଂଟ ହାସଲ

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ଦେଶର ତୃତୀୟ ସର୍ବବୃହତ ଘରୋଇ କ୍ଷେତ୍ରର ବ୍ୟାଙ୍କ ଆକ୍ସିସ୍‌ ବ୍ୟାଙ୍କ ପକ୍ଷରୁ ହ୍ୱାଟସ୍‌ଆପ୍ ବ୍ୟାଙ୍କିଙ୍ଗ୍ ଚ୍ୟାନେଲ୍‌ରେ ୧ ନିୟୁତ ଗ୍ରାହକ ମାଇଲଖୁଂଟ ହାସଲ କରାଯାିଛି । ୨୦୨୧ ଜାନୁଆରିରେ ଆକ୍ସିସ୍ ବ୍ୟାଙ୍କ ପକ୍ଷରୁ ହ୍ୱାଟସ୍‌ଆପ୍ ବ୍ୟାଙ୍କିଙ୍ଗ୍ ଆରମ୍ଭ କରାଯାଇଥିଲା ଏବଂ ଏହା ପରଠାରୁ ସେଥିରେ ଗ୍ରାହକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ହ୍ୱାଟସ୍‌ଆପ୍ ବ୍ୟାଙ୍କିଙ୍ଗ୍‌ରେ ଆକ୍ସିସ୍ ବ୍ୟାଙ୍କର ଗ୍ରାହକମାନେ ବ୍ୟାଙ୍କର ପଞ୍ଜୀକୃତ ହ୍ୱାଟସ୍‌ଆପ୍ ନମ୍ବର ୭୦୩୬୧୬୫୦୦୦ରେ ସହଜରେ ଚାଟ୍‌ କରିପାରିବେ ଏବଂ ବ୍ୟାଙ୍କିଙ୍ଗ୍ ସେବା ହାସଲ କରିପାରିବେ ଏବଂ ଏଫ୍‌ଏକ୍ୟୁକୁ ଭଲ ଭାବେ ପରିଚାଳନା କରିପାରିବେ । ଏହି ସହଜ ଓ ସୁବିଧାଜନକ ବ୍ୟାଙ୍କିଙ୍ଗ୍ ୍ରନେକ ଗ୍ରାହକଙ୍କ ଦ୍ୱାରା ଗ୍ରହଣୀୟ ହେବାରେ ଲାଗିଛି । ଦୈନିକ ହାରାହାରି ସକ୍ରିୟ ଗ୍ରାହକ ସଂଖ୍ୟା ୧୩ ହଜାରରୁ ଅଧିକ ରହୁଥିବା ବେଳେ ହାରାହାରି ମାସିକ ଗ୍ରାହକଙ୍କ ସଂଖ୍ୟା ୦.୨ ନିୟୁତ ରହିଛି । ଏହି ସଫଳତା ସମ୍ପର୍କରେ ସମୀର ସେଟ୍ଟି, ସଭାପତି ଓ ମୁଖ୍ୟ-ଡିଜିଟାଲ୍‌ ବ୍ୟାଙ୍କିଙ୍ଗ୍ ଆଣ୍ଡ୍ ଟ୍ରାନ୍ସଫର୍ମେସନ୍‌, ଆକ୍ସିସ୍ ବ୍ୟାଙ୍କ କହିଛନ୍ତି ଯେ, “ଆକ୍ସିସ୍ ବ୍ୟାଙ୍କର ଦିଲ୍ ସେ ଓପୋନ୍ ଦର୍ଶନ ସହିତ ନିରନ୍ତର ଭାବେ ଆମର ସେବାରେ ନବସୃଜନ ଆଣି ଆମେ ତୀକ୍ଷ୍‌ଣ ଗ୍ରାହକ ଗୁରୁତ୍ୱ ଗଠନ କରିବାକୁ ଓ ଅଧିକ ସୁବିଧା ହାସଲ କରିବାକୁ ଚାହୁଛୁ ।

ଆମେ ରୋମାଂଚିତ ଯେ ଆମର ହ୍ୱାଟସ୍‌ଆପ୍ ବ୍ୟାଙ୍କିଙ୍ଗ୍ ଚ୍ୟାନେଲ୍‌ରେ ଏତେ କମ୍ ସମୟ ଭିତରେ ୧ ନିୟୁତ ଗ୍ରାହକ ମାଇଲଖୁଂଟ ହାସଲ ହୋଇପାରିଛି ଏବଂ ଗ୍ରାହକଙ୍କ ସଂପୃକ୍ତି ବଢ଼ିଥିବା ବେଳେ ବ୍ୟକ୍ତିଗତ ସୁବିଧା ପ୍ରଦାନ କରିବାରେ ହେଉଥିବା ସମୟ ହ୍ରାସ ପାଇଛି ଏବଂ ସମ୍ପୂର୍ଣ୍ଣ ଡାଟା ସୁରକ୍ଷା ଓ ଗୋପନୀୟତା ନିଶ୍ଚିତ କରାଯାଇପାରିଛି । ଏଠାରେ ଯେଉଁ ଗ୍ରହଣୀୟତା ଦେଖିବାକୁ ମିଳିଛି ସେଥିରୁ ଜଣାପଡ଼ୁଛି ଯେ ଭାରତୀୟ ଗ୍ରାହକମାନେ ଅଭ୍ୟୁଦୟକୁ ପସନ୍ଦ କରନ୍ତି ଏବଂ ଆମର ଲକ୍ଷ୍ୟ ହେଉଛି ଆମେ ସେମାନଙ୍କ ଜୀବନରେ ଗ୍ରହଣ କରୁଥିବା ଭୂମିକାକୁ କିଭଳି ଡିିଜିଟାଲ୍ ବ୍ୟାଙ୍କିଙ୍ଗ୍‌କୁ ସରଳ କରି ଓ ସେଥିରେ ଉନ୍ନତି ଆଣି ପୁନର୍ମାଜିତ କରିପାରିବୁ ।’’ ଗ୍ରାହକମାନେ ୭୦୩୬୧୬୫୦୦୦ ନମ୍ବରରେ କେବଳ “ହାଏ’ ଲେଖି ହ୍ୱାଟସ୍‌ଆପ୍‌ ବ୍ୟାଙ୍କିଙ୍ଗ୍‌ରେ ସାଇନ୍‌-ଅପ୍ କରିପାରିବେ । ସାଇନ୍ ଅପ୍ କରିବା ପରେ ଗ୍ରାହକମାନେ ବିଭିନ୍ନ ପ୍ରକାର ସେବା ବିଷୟରେ ଅନୁସନ୍ଧାନ କରିପାରିବେ । ଯେହେତୁ ବ୍ୟାଙ୍କର ଏହାର ଚାଟ୍‌ବଟ୍ ଆକ୍ସିସ୍ ଆହାକୁ ସମ୍ପୂର୍ଣ୍ଣ ସମନ୍ୱିତ କରିପାରିଛି ତେଣୁ ଗ୍ରାହକମାନେ ଯେକୌଣସି ପ୍ରକାର ସୂଚନା ହ୍ୱାଟସ୍‌ଆପ୍ ଜରିଆରେ ପାଇପାରିବେ । ଏହି ପ୍ଲାଟଫର୍ମ ସମ୍ପୂର୍ଣ୍ଣ ସୁରକ୍ଷିତ କାରଣ ଏଥିରେ ଏଣ୍ଡ୍ ଟୁ ଏଣ୍ଡ୍ ଏନ୍‌କ୍ରିପ୍‌ସନ୍ ରହିଛି । ଗ୍ରାହକମାନେ ଅଣ ଆର୍ଥିକ ସେବା ମଧ୍ୟ ହାସଲ କରିପାରିବେ ।

Exit mobile version