ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିଥିବା ଭକ୍ତ କବି ମଧୁସୂଦନ ଉଚ୍ଚ ବିଦ୍ୟାଳୟକୁ – ପଚାଶ ହଜାର ଟଙ୍କା ପ୍ରଦାନ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ଭୁବନେଶ୍ୱର :- ପୁରୁଣା ଭୁବନେଶ୍ୱର ଭକ୍ତ କବି ମଧୁସୂଦନ ଉଚ୍ଚ ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପୂର୍ବତନ ଛାତ୍ର ଭାବେ ବ୍ୟକ୍ତିଗତ ପଚାଶ ହଜାର ଟଙ୍କା ପ୍ରଧାନ ଶିକ୍ଷୟତ୍ରୀ ସୁଚିତ୍ରା ମିଶ୍ର ଙ୍କୁ ପ୍ରଦାନ କରିଛନ୍ତି । ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପଢିଥିବା ନିଜ ବିଦ୍ୟାଳୟ କୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ସହିତ ଉକ୍ତ ବିଦ୍ୟାଳୟର ଉନ୍ନତି ନିମନ୍ତେ ଅର୍ଥରାଶି ପ୍ରଦାନ କରିଛନ୍ତି ।

 

କାର୍ଯ୍ୟକ୍ରମରେ ପୁର୍ବତନ ଛାତ୍ର ରାଜେନ୍ଦ୍ର ସମର୍ଥା,ଦାଶରଥି ଗରାବଡୁ,ଗଣେଶ ପାଲ,ବିରଞ୍ଚି ପତି ପ୍ରମୁଖ ଉପସ୍ଥିତ ଥିଲେ । ମନ୍ତ୍ରୀଙ୍କର ନିଜ ବିଦ୍ୟାଳୟ ପ୍ରତି ଥିବା ଆନ୍ତରିକତା ଓ ପୋଷ୍ୟ ବିଦ୍ୟାଳୟ ର ଉନ୍ନତି ଦିଗରେ ମନ୍ତ୍ରୀ ଏହି ଅର୍ଥରାଶି ପ୍ରଦାନ କରିଥିବା ଜଣାଯାଇଛି ।

 

Exit mobile version