ଭାରତ ବିକାଶ ପରିଷଦ ନୟାଗଡ଼ ଶାଖା ତରଫରୁ ରକ୍ତଦାନ ଶିବିର

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର ) ନୟାଗଡ଼ :- ନୟାଗଡ଼ ସର୍କିଟ ହାଉସ ନିକଟସ୍ଥ ଭାରତ ବିକାଶ ପରିଷଦ ଭବନରେ କୋଭିଡ୍ ନିୟମ ପାଳନ କରି ଶାଖା ଅଧ୍ଯକ୍ଷ ହରେକୃଷ୍ଣ ସାହୁଙ୍କ ନେତୃତ୍ବରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସକାଳ ୦୯ଟା ସମୟରେ ଆୟୋଜିତ ରକ୍ତ ଦାନ ଶିବିରକୁ ନୟାଗଡ଼ ପୌରପରିଷଦର କାର୍ଯ୍ଯନିର୍ବାହୀ ଅଧିକାରୀ ଶ୍ରୀଯୁକ୍ତ ସନ୍ତୋଷ କୁମାର ଜେନା ମୁଖ୍ଯ ଅତିଥି ଭାବେ ଯୋଗଦେଇ ଉଦଘାଟନ କରିଥିଲା ବେଳେ ପରିଷଦର କ୍ଷେତ୍ରୀୟ ସଚିବ ଶ୍ରୀଧର ସାହୁ,

ଶାଖା ଉପାଧ୍ୟକ୍ଷ ପ୍ରସନ୍ନ କୁମାର ବସନ୍ତିଆ, ଶାଖା ସଚିବ ଅନାଦି ଚରଣ ମହାନ୍ତି,ପ୍ରାକ୍ତନ ସଚିବ ପ୍ରଦୀପ କୁମାର ସାହୁ , କୋଷାଧ୍ୟକ୍ଷ ପ୍ରଫୁଲ କୁମାର ନାୟକ,ସେବାସଚିବ ଦୁର୍ଯ୍ୟୋଧନ ସାହୁ, ସମାଜସେବୀ ପ୍ରମୋଦ ପଟ୍ଟନାୟକ ଆଦି କାର୍ଯ୍ଯକର୍ତ୍ତା ମାନେ ଉପସ୍ଥିତ ଥିଲେ।ଆୟୋଜିତ ରକ୍ତଦାନ ଶିବିରରେ ମୋଟ ୨୯ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିଲା ।

ଏହି କାର୍ଯ୍ୟକ୍ରମକୁ ବ୍ଳଡ ବ୍ଯାଙ୍କ,ନୟାଗଡର ଡାକ୍ତର ଜୁଲିଏତ୍ ଦାସ, ଅଜୟ କୁମାର ପଟ୍ଟନାୟକ, ସରେଜ କୁମାର ସାହୁ, ଅଭିମନ୍ୟୁ ସାହୁ,ପଞ୍ଚୁ ଦଳେଇ ଓ ହାଇଦର ମଲ୍ଲିକ ପରିଚାଳନା କରିଥିଲା ବେଳେ ପ୍ରଫେସର ଶ୍ରୀଧର ମିଶ୍ର, ଅରୁଣ କୁମାର ମହାନ୍ତି,ଅବିନାଶ ସାହୁ, ସୌଦାମିନୀ ସ୍ବାଇଁ ଆଦି ବହୁ ବରିଷ୍ଠ ସଦସ୍ଯ ସହଯୋଗ କରିଥିଲେ । (ରିପୋର୍ଟ -ରାମକୃଷ୍ଣ ରଥ, ନୟାଗଡ଼)

Exit mobile version