ଦଶପଲ୍ଲା ନିର୍ବାଚନ ମଣ୍ଡଳୀ ବିଜୁ ଛାତ୍ର ଜନତା ଦଳର ବୈଠକ

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାର) ଦଶପଲ୍ଲା :- ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ତତ୍ତ୍ଵାବଧାନରେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀର ନୂଆଗାଁ,ଦଶପଲ୍ଲା ,ଗଣିଆ ବ୍ଲକ ଏବଂ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ର ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ମାନଙ୍କ ଏକ ବୈଠକ ଅନୁଷ୍ଠିତ ହେବା ସହ ବୃକ୍ଷ ରୋପଣ କରାଯାଇଥିଲା।ଆଗାମୀ ପଞ୍ଚାୟତ ନିର୍ବାଚନ ରେ ସତ ପ୍ରତିଶତ ସଫଳତା ହାସଲ କରିବା,

ସଂଗଠନ କୁ ଅଧିକରୁ ଅଧିକ ସୁଦୃଢ଼ କରାଇବା ଆଦି ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ରାଜ୍ୟ ମହାସଚିବ ଇପ୍ସିତା ସାହୁ,ଜିଲ୍ଲା ପର୍ଯ୍ୟ ବେଖିକା ଦେବସ୍ମିତା ଦାସ ଙ୍କ ସମେତ ଜିଲ୍ଲା ଏବଂ ନୂଆଗାଁ,ଦଶପଲ୍ଲା,ଗଣିଆ ବ୍ଲକ ସମେତ ଦଶପଲ୍ଲା ବିଜ୍ଞାପିତ ଅଞ୍ଚଳ ପରିଷଦ ର କର୍ମକର୍ତ୍ତା ଙ୍କୁ ଦଶପଲ୍ଲା ବିଧାୟକ ଉତ୍ତରୀୟ ଦେଇ ସମ୍ମାନୀତ କରିଥିଲେ।ତତ୍ ସହିତ କୁଆଁରିଆ ଠାରେ ବୃକ୍ଷ ରୋପଣ କରାଯାଇଥିଲା । (ପୁଷ୍ପଲତା ପ୍ରଧାନ ଙ୍କ ରିପୋର୍ଟ)

Exit mobile version