ରେଳବାଇ ଓଭର ବ୍ରିଜ ଶିଘ୍ର ଶେଷ ପାଇଁ ଆଲୋଚନା

ଓଡ଼ିଶା ତାଜା ନ୍ୟୁଜ ( ୬ ଅଗଷ୍ଟ ଶୁକ୍ରବାରବରଗଡ଼ :- ବରପାଲି ଠାରେ ନିର୍ମାଣଧିନ ଥିବା ରେଳବାଇ ଓଭର ବ୍ରିଜ ଓ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ରେ ଉପୁଜିଥିବା ସମସ୍ୟା ର ସମାଧାନ ପାଇଁ ବିଜେପୁର ବିଧାୟିକା ରୀତା ସାହୁ ଏବଂ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜଗନ୍ନାଥ ନଗରର ଜମି ଅଧିଗ୍ରହଣ ଏବଂ କ୍ଷତିପୂରଣ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ସ୍ଥାନୀୟ ତହସିଲଦାର ତିନି ଦିନ ମଧ୍ୟରେ ଜମି ଚିହ୍ନଟ ପ୍ରକ୍ରିୟା ଶେଷ କରିବାକୁ ନିଷ୍ପତ୍ତି ଗ୍ରହଣ କରଯାଇଥିଲା ।

ସେହିପରି ଜିଲ୍ଲା ପ୍ରଶାସନ ପକ୍ଷରୁ ବାଇପାସ୍ ରାସ୍ତା ନିର୍ମାଣ କାର୍ଯ୍ୟ ଶିଘ୍ର ଶେଷ କରିବାକୁ ମଧ୍ୟ ଆଲୋଚନା କରାଯାଇଥିଲା ।‌ ବୈଠକରେ ବରପାଲି ତହସିଲଦାର,ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ, ବିଜେଡି ଯୁବ ସଭାପତି ପ୍ରଦ୍ୟୁମ୍ନ ତ୍ରିପାଠୀ, ମହେନ୍ଦ୍ର କୁମାର ମେହେର, ନରେନ୍ଦ୍ର ହୋତା,ଲାଲ ବିକ୍ରମ ସିଂହ ଦେଓ,ଟିକାୟତ ମହତ୍ତମ, ରୋହିତ ମହାରଣା ଓ ଜଗନ୍ନାଥ ନଗରର ବାସିନ୍ଦା ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ ।

Exit mobile version