ଜଙ୍ଗଲ ବିଭାଗ ର ଆଦିବାସୀ ରେଞ୍ଜ ଅଫିସର କୁ ଗାଳିଗୁଲଜ ଧମକ ଚମକ ଘଟଣା..ଥାନାରେ ମାମଲା ରୁଜୁ.

ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର ) ପାଟଣାଗଡ :-  ହରିଶଙ୍କର ବନାଞ୍ଚଳ ରେଞ୍ଜ ରେ କାର୍ଯ୍ୟରତ ଫରେଷ୍ଟ ରେଞ୍ଜ ଅଫିସର ଶ୍ରୀବତ୍ସ କୁମୁରାଙ୍କ ସରକାରୀ ବାସଭବନ କୁ ଅପରାହ୍ନ ସାଢେ ଚାରି ବଜେ ପାଟଣାଗଡ ର ଅଜିତ ପୁରୋହିତ,ବିଜୟାନନ୍ଦ ଦାଶ ଏବଂ ଦୀପକ ଖମାରୀ ଯାଇଥିଲେ l ଫରେଷ୍ଟ ରେଞ୍ଜ ଅଫିସର ଶ୍ରୀ କୁମୁରା ଫିଲ୍ଡ ପରିଦର୍ଶନ କାମ ସାରି ବିଶ୍ରାମ ନେଉଥିବା ବେଳେ ଉକ୍ତ ବ୍ୟକ୍ତି ମାନେ ଜୋରେ କବାଟ ବାଡେଇଥିଲେ ଏବଂ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ l

ଶ୍ରୀ କୁମୁରା କବାଟ ଖୋଲିବାରୁ ସେମାନେ ତାଙ୍କୁ ଦୁର୍ବ୍ୟବହାର କରିଥିଲେ l ଏ ସମ୍ବନ୍ଧରେ ରେଞ୍ଜ ଅଧିକାରୀ ଶ୍ରୀ କୁମୁରା ଖପ୍ରାଖୋଲ ଥାନାରେ ଅଭିଯୋଗ କରିଥିଲେ l ଏ ସମ୍ବନ୍ଧରେ ଖପ୍ରାଖୋଲ ଥାନା କେଶ ନଂ ୦୧୧୧ତାରିଖ ୨.୮.୨୦୨୧ଭାରତୀୟ ଦଣ୍ଡବିଧି ଆଇନ ର ଦଫା 448,294,323,34 ଏବଂ ଅନୁସୂଚିତ ଜାତି ଅନୁସୂଚିତ ଜନଜାତି ନିର୍ଯାତନା ନିବାରଣ ଆଇନ 1989 ସଂଶୋଧନ ଆଇନ 2015 ର ଦଫା 3 1 ଆର ଏସ ଏବଂ 3 2 ଭିଏ ରେ ମାମଲା ଦାୟର ହୋଇଛି l ଅଭିଯୋଗ ଅନୁସାରେ ଜଙ୍ଗଲ ବିଭାଗ ଅଧିକାରୀ ଶ୍ରୀ କୁମୁରା ଅଫିସ କୁ ଯାଇ ଆଲୋଚନା କରିବାକୁ କହିଥିଲେ l

କିନ୍ତୁ ଶ୍ରୀ ପୁରୋହିତ,ଶ୍ରୀ ଦାଶ ଏବଂ ଶ୍ରୀ ଖମାରୀ ବାସ ଭବନ ରେ ଆଲୋଚନା କରିବାକୁ ଜିଦ ଧରିଥିଲେ l ଶ୍ରୀ କୁମୁରା ତାଙ୍କ ଅଭିଯୋଗ ରେ ଉଲ୍ଲେଖ କରିଛନ୍ତି ଯେ ମନରେଗା ଯୋଜନାରେ ହରିଶଙ୍କର ରୁ ସାପମୁଣ୍ଡ ନିର୍ମିତ ଜଙ୍ଗଲ ରାସ୍ତା ସମ୍ପର୍କରେ ଉକ୍ତ ତିନି ଅଭିଯୁକ୍ତଙ୍କୁ ଅନେକ ଥର ତଥ୍ୟ ଦିଆସରିଛି l ସରକାର ଙ୍କ ମାର୍ଗଦର୍ଶିକା ଅନୁସାରେ ମନରେଗା କାମ ହୋଇଛି l କିନ୍ତୁ ଜଣେ ଆଦିବାସୀ ଅଧିକାରୀ ଙ୍କ ସରଳତା ର ସୁଯୋଗ ନେଇ ବାରମ୍ବାର ଅଭିଯୁକ୍ତ ମାନେ ହଇରାଣ କରୁଥିଲେ l ଖରାପ ଉଧେଶ୍ୟ ରଖି ଅଭିଯୁକ୍ତ ମାନେ ମିଥ୍ୟା, ଭିତ୍ତିହୀନ,ଏବଂ ମନଗଢା ଖବର ପରିବେଷଣ କରି ଅପଦସ୍ତ କରୁଥିଲେ ବୋଲି ଶ୍ରୀ କୁମୁରା ଅଭିଯୋଗ କରିଛନ୍ତି l

Exit mobile version