ନୟାଗଡ଼ ଜିଲ୍ଲାର ଅଗ୍ରଣୀ ସ୍ବେଛାସେବୀ ଅନୁଷ୍ଠାନ “ୟୁଥ ଫର ଆକ୍ସନ”ତରଫରୁ ବ୍ୟାପକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର ) ନୟାଗଡ଼ :- ଆଜି ତା 5/8/2021 ରିଖ ଗୁରବାର ଦିବା 10ଘଟିକାରୁ ଏକ ବଡ଼ ଧରଣର ବୃକ୍ଷ ରୋପଣ ତଥା ସ୍ବେଛ ଭାରତ କାର୍ଯ୍ୟକ୍ରମ ହୋଇ ଯାଇଛି ନୂତନ ଭାବରେ ନୟାଗଡ଼ ଜିଲ୍ଲା ରେ ଗଠନ ହୋଇଥିବ “ୟୁଥ ଫର ଆକ୍ସନ” ସାମାଜିକ ସଂଗଠନ ର ଯୁବକ ମାନେ ବଡ଼ ପଣ୍ଡୁସର ଶ୍ରୀ ରଘୁନାଥ ଜୀଉ ସ୍ଵେଛ ପରିବେଶ ମିଳିତ ଆନୁକୂଲ୍ୟରେ ପଣ୍ଡୁସର ସ୍ଥିତ ଶୈବ ପୀଠ ରେ ବିଭିନ୍ନ ପ୍ରକାର ଗଛ ଲଗାଇଥିବା ସହିତ ପରିବେଶ କୁ ସମ୍ପୂର୍ଣ ସ୍ଵେଛ କରିଥିଲେ ପରିଶେଷରେ ରାଜ୍ୟ ସଂଯୋଜକ ତଥା ଜିଲ୍ଲା ପ୍ରଭାରୀ ସଞ୍ଜୟ କୁମାର ନାୟକ ତଥା ଜିଲ୍ଲା ସଭାପତି ପରମେଶ୍ୱର ସାହୁ ଉଭୟ ନିଜର ବାର୍ତା ରେ କହିଥିଲେ

ଏହି କାମକୁ ଆଗକୁ ବଢାଇବା ସହିତ ଦିନ ହୀନ ଗରିବ ଲୋକ ଙ୍କ ସେବା ରେ ପ୍ରତି ମୁହୂର୍ତ ରେ ଛିଡ଼ାହବା l ଏଥିରେ ଜିଲ୍ଲା ଉପ ସଭାପତି ପ୍ରଫୁଲ୍ଲ ଖୁଣ୍ଟିଆ ସାଧାରଣ ସମ୍ପାଦକ ଜୀବନ ଘଡ଼ାଇ, ସୁଜିତ ମନୋହର ଦାସ ପ୍ରମୁଖ ଉପସ୍ଥିତ ରହିବା ସହିତ ରଘୁନାଥ ଜୀଉ ସ୍ବେଛ ପରିବେଶ ଗ୍ରୁପ ସଭାପତି ଅପୁରୀ ପ୍ରଧାନ, ସମ୍ପାଦକ -ଜୟନ୍ତୀ ପ୍ରଧାନ, ପାର୍ବତୀ ପ୍ରଧାନ, ଶାନ୍ତିଲତା ବିଶ୍ୱାଳ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l (ରିପୋର୍ଟ -ରାମକୃଷ୍ଣ ରଥ)

Exit mobile version