ଉତ୍କଳ ଫାଉଣ୍ଡେସନ ତରଫରୁ ୱର୍ଡ ନମ୍ବର- ୩୬ରେ ପୁର୍ବତନ କର୍ପୋରେଟର ଶ୍ରୀ ନରେନ୍ ସାହୁ ଏକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ

ଓଡ଼ିଶା ତାଜା ନ୍ୟୁଜ (୪ ଅଗଷ୍ଟ ବୁଧବାର ) ଭୁବନେଶ୍ୱର :- ମଙ୍ଗଳବାର ସନ୍ଧ୍ୟା ୬ଘଟିକା ସମୟରେ ଯୁବ ଉତ୍କଳ ଫାଉଣ୍ଡେସନ ତରଫରୁ ୱର୍ଡ ନମ୍ବର-୩୬ରେ ଏକ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଉପଲକ୍ଷେ ଏକ ସଚେତନତା ଗାଡ଼ି ୱର୍ଡ ମଧ୍ୟରେ ପରିକ୍ରମା କରି ମଶା ଧୂଆଁ ଛଡାଯାଇଥିଲା । ଏହି କାର୍ଯ୍ୟକ୍ରମ ରେ ପୁର୍ବତନ କର୍ପୋରେଟର ଶ୍ରୀ ନରେନ୍ ସାହୁ,ଶ୍ରୀଯୁକ୍ତ ଉମାନାଥ ମିଶ୍ର ୱର୍ଡ ସଭାପତି ଶ୍ରୀ ଶିବ ସୁଆର, ସମ୍ପାଦକ ଶେଖ୍ ତସବୀର, ସମାଜସେବୀ ଶ୍ରୀ ସନାତନ ପୃଷ୍ଟି ରାମଚନ୍ଦ୍ର ପଣ୍ଡା,

ମାଧବାନନ୍ଦ ଦାସ ,ସୁବାସ ଦାସ ,ଶ୍ରୀମତୀ ନି଼ୟତି ଗିରି ଓ ଅନେକ ସ୍ବୟଂ ସହାୟକ ଗୋଷ୍ଠୀ ର ସଦସ୍ୟ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ର ସଫଳ ରୂପାୟନ କରିଥିବା ସହ ଯୁବ ଉତ୍କଳ ଫାଉଣ୍ଡେସନ ର ଫାଉଣ୍ଡର ଶ୍ରୀ ଦେବାଶିଷ ଜେନା ଓ ତାଙ୍କର ସହକର୍ମୀ ସଂଜୟ,ଚନ୍ଦନ, କାଳିଆ, କାହ୍ନା,ଅଜିତ ମାନଙ୍କୁ ୱାଡ ବାସିନ୍ଦାଙ୍କ ତରଫରୁ ଅନେକ ଅନେକ ଧନ୍ୟବାଦ ଅର୍ପଣ କରାଯାଇଛି ।

ବର୍ତମାନ ସମୟରେ ଡେଙ୍ଗୁ ମହାବ୍ୟାଧି ସହରରେ ନିଜ କାୟା ବିସ୍ତାର କରିସାରିଲାଣି । ୭୦୦ ରୁ ଉର୍ଦ୍ଧ ଲୋକ ଏହି ବ୍ୟାଧିରେ ଆକ୍ରାନ୍ତ ।

Exit mobile version