ଗଜପତି ଜିଲ୍ଲା କିଷାନ଼ କଂଗ୍ରେସ ସଭାପତି ଭାବେ ରାମ ପ୍ରସାଦ ମହାନ୍ତି ମନୋନିତ ହୋଇଥିବା

ଓଡ଼ିଶା ତାଜା ନ୍ୟୁଜ (୪ ଅଗଷ୍ଟ ବୁଧବାର ) ଗଜପତି  :- ଗଜପତି ଜିଲ୍ଲା କିଷାନ଼ କଂଗ୍ରେସ ସଭାପତି ଭାବେ ରାମ ପ୍ରସାଦ ମହାନ୍ତି ମନୋନିତ ହୋଇଥିବା ଜଣାପଡିଛି l ଆଜି ତାଙ୍କୁ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି କିଷାନ କଂଗ୍ରେସର ଚେୟାରମ୍ଯାନ ଅମୀୟ କୁମାର ପଟ୍ଟନାୟକ ତାଙ୍କୁ ମନୋନିତ କରିଥିବା ଏକ ଚିଠି ମାଧ୍ୟମରେ ଜଣାଇଛନ୍ତି I ଖବର ପ୍ରଚାରିତ ହେବା ପରେ କର୍ମୀ ମାନଙ୍କ ମଧ୍ୟରେ ଉତ୍ସାହ ଦେଖା ଦେବା ସହ ଅଭିନନ୍ଦନର ସୁଅ ଛୁଟିଛି I

ଏବଂ ମୋହନା ନିର୍ବାଚନ ମଣ୍ଡଳୀ ର ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ ଙ୍କ ଦ୍ଵାରା ଦଳ ଆଗେଇବ ବୋଲି କହିବା ସହ ଧନ୍ୟବାଦ ଜଣାଇଛନ୍ତି l ଶ୍ରି ମହାନ୍ତିଙ୍କ ଘର ରାୟଗଡ଼ ବ୍ଲକ ର ନାରାୟଣପୁର ଗ୍ରାମର l ସେ ଆଜକୁ ପ୍ରାୟ ଦୀର୍ଘ ବର୍ଷ ଧରି କଂଗ୍ରେସରେ ରହିଆସିଥିବା ବେଳେ କଂଗ୍ରେସ ପାଇଁ ପ୍ରତି ମୂହୁର୍ତ୍ତରେ ସଙ୍ଘଗଠନ କରିଆସୁଛନ୍ତି l ଜିଲ୍ଲା ପାଇଁ ମୋତେ ଏହି ଗୁରୁ ଦାୟିତ୍ଵ ମିଳିବା ପରେ ଦଳକୁ ଆହୁରି ସଙ୍ଘଗଠନ କରିବା ସହ ଦଳକୁ ମଜଭୁତ କରିବି ବୋଲି ସେ କହିଛନ୍ତି l (ସଞ୍ଜୀବ କୁମାର ପାଣି ରାୟଗଡ଼ ଗଜପତି)

Exit mobile version