ବାଙ୍କୀରେ ୧ଜଣ କରୋନା ସଂକ୍ରମିତ ଚିହ୍ନଟ ,ବାଙ୍କୀରେ ୧୦୨୬ ଜଣଙ୍କୁ କୋଭିସିଲ ଟିକା ପ୍ରଦାନ

ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର ) ବାଙ୍କୀ :- ବାଙ୍କୀ ଉପଖଣ୍ଡରେ ଆଜି ୧ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୨୨୦ଜଣଙ୍କର ଆଣ୍ଟିଜେନ୍ ଓ ୬୦ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇଥିଲା । ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୫୨ଜଣ ଆଣ୍ଟିଜେନ୍ ଓ ୪୦ଜଣ ଆର୍ଟିପିସିଆର୍ ସଂଗ୍ରହ କରାଯାଇଥିବା ବେଳେ ଏହି ଉଭୟ ଯାଗାରେ ଆଣ୍ଟିଜେନ ସ୍ୱାବ ସଂଗ୍ରହ ହୋଇ ପରୀକ୍ଷା ହୋଇଥିଲା କୌଣସି ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇ ନାହାଁନ୍ତି । ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ୩୧ଜଣଙ୍କର ଆଣ୍ଟିଜେନ୍ ଓ ୨୧ଜଣଙ୍କର ଆର୍ଟିପିସିଆର ସ୍ୱାବ୍ ସଂଗ୍ରହ କରାଯାଇଥିଲା ।

ଏଠାରେ ୧ଜଣ ବ୍ୟକ୍ତି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।ବାଙ୍କୀରେ ୧୦୨୬ ଜଣଙ୍କୁ କୋଭିସିଲ ଟିକା ପ୍ରଦାନ।ଉପଖଣ୍ଡ ଚିକିତ୍ସାଳୟ ପକ୍ଷରୁ ବାଙ୍କୀ କଲେଜ ଠାରେ ୨୭୦ଜଣଙ୍କୁ ଟିକା ପ୍ରଦାନ କରାଯାଇଛି । ସୁବର୍ଣ୍ଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୁବର୍ଣ୍ଣପୁର ଠାରେ ୪୫୦ଜଣଙ୍କୁ ଟିକା ଦାନ କରାଯାଇଛି । ବ୍ରହ୍ମପୁରାରେ ୨୦୦ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା ବେଳେ ଡମପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ୧୦୬ ଜଣ ଗର୍ଭବତୀ ମହିଳାଙ୍କୁ ଟିକା ଦାନ କରାଯାଇଛି ।

Exit mobile version