ବରିଷ୍ଠ ବିଜେଡି ନେତାଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର ) ବାଙ୍କୀ :- ବାଙ୍କୀ ବ୍ଲକ ଅନ୍ତର୍ଗତ ଘୋଡାବର ଗ୍ରାମର ବରିଷ୍ଠ ବିଜେଡ଼ି ନେତା ମହାଦେବ ସାହୁଙ୍କ ଆଜି ୬୫ବର୍ଷ ବୟସରେ ପରଲୋକ ଘଟିଛି । ସେ ଅସୁସ୍ଥ ଥିଲେ । ତାଙ୍କର ମୃତ୍ୟୁ ଖବର ପାଇ ସରଣ୍ଡା ଅଞ୍ଚଳର ଜିଲ୍ଲା ପରିଷଦ ସଭ୍ୟ ମାନସ ମହାପାତ୍ର , ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଗତିକୃଷ୍ଣ ସ୍ୱାଇଁ, ସୁବର୍ଣ୍ଣପୁର ଗ୍ରାମ ପଂଚାୟତ ସରପଂଚ ତରୁଣକାନ୍ତି ମହାପାତ୍ରଙ୍କ ସମେତ ବହୁ ବ୍ୟକ୍ତି ତାଙ୍କ ବାସଭବନକୁ ଯାଇ ମରଶରୀର ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ନିକଟସ୍ଥ ଗ୍ରାମ୍ୟ ଶ୍ମଶାନରେ ତାଙ୍କର ଶବ ସତ୍କାର କରାଯାଇଥିଲା । ତାଙ୍କର ଏକମାତ୍ର ପୁତ୍ର ପପୁ ସାହୁ ମୁଖାଗ୍ନି ପ୍ରଦାନ କରିଥିଲେ । ବାଙ୍କୀର ବିଧାୟକ ଦେବୀରଞ୍ଜନ ତ୍ରିପାଠୀ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ, ରାଜ୍ୟ ବିଜେଡି କାର୍ଯ୍ୟକାରୀ କମିଟି ସଭ୍ୟ ତଥା ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ପୂର୍ବତନ ସଭାପତି ସୁବାସ ଚନ୍ଦ୍ର ପାଢ଼ୀ ପ୍ରମୁଖ ମହାଦେବ ସାହୁଙ୍କ ପରଲୋକରେ ଶୋକ ପ୍ରକାଶ କରିଛନ୍ତି ।

Exit mobile version