ଶିମିଳିପୁର ପଞ୍ଚାୟତ ଗଡଗଡ଼ି ରାସ୍ତାକାମରେ ଦୁର୍ନିତି ଅଭିଯୋଗ

ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର) ବାଙ୍କୀ :-ଗତ ୨୦୨୦ମସିହାରେ ଶିମିଳିପୁର ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦପୁର ଚାରିଘରିଆ ଗ୍ରାମରେ ଗଡ଼ଗଡ଼ି ରାସ୍ତା କାର୍ଯ୍ୟ ନିର୍ମାଣରେ ଦୁର୍ନିତି ହୋଇଥିବା ସାମାଜିକ କର୍ମୀ ପିତବାସ ନାୟକ ଅଭିଯୋଗ କରିଥିଲେ । ପୂର୍ବରୁ ଏହି ରାସ୍ତାର ଦୁର୍ନିତି ସଂପର୍କରେ ଡମପଡ଼ା ବ୍ଳକ ବି.ଡି.ଓଙ୍କୁ ଅବଗତ କରାଯାଇଥିଲେ ମଧ୍ୟ କୌଣସି ଫଳ ମିଳିନଥିଲା । ବର୍ତ୍ତମାନ ସୂଚନା ଆଇନ୍ ଅଧିକାର ବଳରେ ହସ୍ତଗତ ହୋଇଥିବା ସୂଚନା ଅନୁସାରେ ଏହି ରାସ୍ତାରେ ୧ଲକ୍ଷ ୫୦ହଜାର

ଟଙ୍କାରୁ ଉର୍ଦ୍ଧ୍ୱ ଟଙ୍କା ହେରଫେର୍ ହୋଇଥିବା ଜଣାପଡିଛି । ଅନ୍ୟ ଗ୍ରାମର ୩୧୦ଜଣ ଲୋକ କାମ କରିବା ସହିତ ରାସ୍ତାରେ ମୋରମ ପଡିଥିବାର ଏମ୍‌.ଆର. ଏବଂ ବିଲ୍ କରାଯାଇଛି ବୋଲି ସମାଜିକ କର୍ମୀ ପିତବାସ ନାୟକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି । ଉଚ୍ଚକର୍ତ୍ତୁପକ୍ଷଙ୍କ ଦ୍ୱାରା ଏହାର ତଦନ୍ତ ପାଇଁ ସେ ଦାବି କରିଛନ୍ତି । ଏ ସଂପର୍କରେ ଶିମିଳିପୁର ସରପଞ୍ଚ ଙ୍କୁ ପଚାରିବା ପାଇଁ ଫୋନ୍ ମାଧ୍ୟମରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସମ୍ଭବ ହୋଇନଥିଲା ସେ ଫୋନ କାଟି ଦେଇଥିଲେ।

Exit mobile version