ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତରଙ୍କ ପରଲୋକ

ଓଡ଼ିଶା ତାଜା ନ୍ୟୁଜ (୫ ଅଗଷ୍ଟ ଗୁରୁବାର) ବାଙ୍କୀ :- ଆଜି ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟର ବରିଷ୍ଠ ଡାକ୍ତର ବିଜନ କୁମାର ସାମନ୍ତରାୟଙ୍କର ତାଙ୍କର କଟକସ୍ଥିତ ଲିଙ୍କ୍ ରୋଡ୍ ବାସଭବନରେ ହୃଦଘାତରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା । ମୃତ୍ୟୁ ସମୟରେ ତାଙ୍କ ଅଧ୍ୟାପିକା ପତ୍ନୀ ପ୍ରତିଭା ନଳିନୀ ନନ୍ଦ ଓ ଏକମାତ୍ର ପୁତ୍ର ଏବଂ ଏକମାତ୍ର କନ୍ୟା ଉପସ୍ଥିତ ଥିଲେ । ମୃତ୍ୟୁ ଖବର ପାଇ ବାଙ୍କୀ ଉପଖଣ୍ଡ ଚିକିତ୍ସା ଅଧିକାରୀ ଡାକ୍ତର ମୃତ୍ୟୁଞ୍ଚୟ ମହାପାତ୍ର ଓ ବରିଷ୍ଠ ଡାକ୍ତର ଧୂଳେଶ୍ୱର ପ୍ରଧାନ ତାଙ୍କ

ବାସଭବନକୁ ଯାଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଥିଲେ ଏବଂ ଉପଖଣ୍ଡ ଚକିତ୍ସାଳୟ ପକ୍ଷରୁ ୫ହଜାର ଟଙ୍କା ତାଙ୍କ ପରିବାରବର୍ଗଙ୍କୁ ପ୍ରଦାନ କରିଥିଲେ । ଡାକ୍ତର ସାମନ୍ତରାୟ ବାଙ୍କୀ ଉପଖଣ୍ଡ ଚିକିତ୍ସାଳୟରେ ଦୀର୍ଘ ୭ବର୍ଷ ଧରି କାର୍ଯ୍ୟରତ ଥିଲେ । ସେ ଜଣେ ଦକ୍ଷ ଓ କର୍ମନିଷ୍ଠ ଡାକ୍ତର ଭାବରେ ବାଙ୍କୀରେ ସୁନାମ ଅର୍ଜନ କରିଥିଲେ । ତାଙ୍କର କାର୍ଯ୍ୟକାଳ ୫ବର୍ଷ ବାକିଥିଲା । ଏହି ଖବର ପାଇ ବାଙ୍କୀ ଜନସାଧାରଣଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି ।

Exit mobile version