ନୟାଗଡ଼ ଜିଲ୍ଲାରେ ବହୁଳ ପରିମାଣର ମଦ ଜବତ ରେ ରେକର୍ଡ କରିଲା ଚାନ୍ଦପୁର ପୋଲିସ

1. ବେଆଇନ ମଦ ମାଫିଆ ଙ୍କୁ ସମୂଳେ ନାଶ କରିବାକୁ ଚାନ୍ଦପୁର ପୋଲିସ ଅଣ୍ଟା ଭିଡ଼ିଛି 

2. ପ୍ରଥମ ଥର ପାଇଁ ଚାନ୍ଦପୁର ଅଞ୍ଚଳରୁ ବହୁଳ ପରିମାଣର ମଦ ଜବତ

ଓଡ଼ିଶା ତାଜା ନ୍ୟୁଜ (୪ ଅଗଷ୍ଟ ବୁଧବାର ) ନୟାଗଡ଼ :- ନୟାଗଡ଼ ଜିଲ୍ଲାରେ ପ୍ରଥମ ଥର ପାଇଁ ଚାନ୍ଦପୁର ଅଞ୍ଚଳରୁ ବହୁଳ ପରିମାଣର ମଦ ଜବତ , ପୋଲିସ ପାଇଁ ବଡ଼ ସଫଳତା ସାବ୍ୟସ୍ତ ହୋଇଛି। ବେଆଇନ ମଦ କାରବାର କରୁଥିବା ଗ୍ୟାଙ୍ଗ କୁ ସମୂଳେ ନାଶ କରିବାକୁ ଅଣ୍ଟା ଭିଡ଼ିଛି ଚାନ୍ଦପୁର ପୋଲିସ । ଏବେ କରୋନା କଟକଣା କୋହଳ ପରେ ବେଆଇନ ମଦ କାରବାର କୁ ସକ୍ରିୟ କରିବା କୁ ଲାଗିଛନ୍ତି ମଦ ମାଫିଆ । ସେହିଭଳି ଚାନ୍ଦପୁର ରାସ୍ତାରେ ବେଆଇନ ଭାବେ ମଦ ଗାଡି ଚଳାଚଳ କରୁଥିବା ନେଇ ସୂଚନା ପାଇ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ତାହା ଉପରେନଜର ରଖିଆସୁଥିଲା ।

ମଦ ମାଫିଆ ଗ୍ୟାଙ୍ଗଙ୍କ ବେଆଇନ ମଦ ଚାଲାଣ କୁ ରୋକିବା ପାଇଁ ଚାନ୍ଦପୁର ପୋଲିସ ଅର୍ଦ୍ଧଗତ ଭାବେ ସଫଳ ହୋଇଛି । ବୁଧବାର ଦିନ ଚମ୍ପାଗଡ଼ ଅଞ୍ଚଳରୁ ମାଫିଆଙ୍କ ପିଛା କରି ମଙ୍ଗଳାଯୋଡି ନିକଟରୁ ମଦ ପୂର୍ଣ୍ଣ ଗାଡି କୁ ଜବତ କରିଛି ଚାନ୍ଦପୁର ପୋଲିସ । ଗାଡି ଛାଡି ମାଫିଆ ସମେତ ଚାଳକ ଫେରାର ହୋଇଯାଇଥିବା ବେଳେ ତିନି ଲକ୍ଷ ରୁ ଉର୍ଦ୍ଧ୍ଵ ଟଙ୍କାର ମଦକୁ ଚାନ୍ଦପୁର ପୋଲିସ ଜବତ କରିଛି । ୩ ଦିନ ଧରି ଚାନ୍ଦପୁର ପୋଲିସର ଛକା ପଞ୍ଝା ପରେ ମଦ ପୂର୍ଣ୍ଣ ଗାଡିକୁ ଜବତ କଲା ଚାନ୍ଦପୁର ପୋଲିସ ।

ଏଥିରେ ଅଭିଯୁକ୍ତ ଧରା ପଡିନଥିବା ଜଣା ପଡ଼ିଛି । ତେବେ ଦୁଇଟି ମାରୁତି ଓମିନି ରେ ୧୪୫୨ ଟି ମଦ ବୋତଲ ୩୯୧ ଲିଟର ଜାର୍କିନ ମଦ ଜବତ ହୋଇଛି ଯାହାର ଆନୁମାନିକ ମୂଲ୍ୟ ୩ଲକ୍ଷ ରୁ ଉର୍ଦ୍ଧ୍ବ ବୋଲି ଜଣାଯାଇଛି । ଚାନ୍ଦପୁର ଥାନା ରେ ୧୦୮/୨୧ , ଓଡ଼ିଶା ଏକ୍ସାଇଜ ଆକ୍ଟ ଆଇପିସି ଧାରା ୫୨( କ ) (i) ଅନୁସାରେ ମାମଲା ରୁଜ୍ଜୁ ହୋଇଛି । ଖୁବ ଶୀଘ୍ର ଏହାର ତଦନ୍ତ କାରାଯାଇ ମଦ ମାଫିଆ ଗ୍ୟାଙ୍ଗ ଙ୍କୁ ଗିରଫ କାରାଯିବ ବୋଲି ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ପୋଲିସର ଏହି ସଫଳତାରେ ଚାନ୍ଦପୁର ଅଞ୍ଚଳର ବରିଷ୍ଠ ନେତୃବୃନ୍ଦ ଓ ଜନସାଧାରଣ ପୋଲିସ ଙ୍କୁ ସାଧୁବାଦ ଜଣାଇଛନ୍ତି । (ରିପୋର୍ଟ ମନୋଜ ଦାସ)

Exit mobile version