ଓଏସଏସସି ଦୁର୍ନୀତିର କମିଶନ୍ ପାଲିଟିଛି

ଓଡ଼ିଶା ତାଜା ନ୍ୟୁଜ (୪ ଅଗଷ୍ଟ ବୁଧବାର ) ବରଗଡ଼ :- ଓଡ଼ିଶା ଷ୍ଟାଫ ସିଲେକସନ କମିଶନ୍ ଏବେ ଦୁର୍ନୀତି ର ଅଫିସ ପାଲିଟିଛି ଏବଂ ଚାକିରି ବିକ୍ରି କମିଶନ ରେ ପରିଣତ ହୋଇଛି। ରାଜ୍ୟ ସରକାର ଏହା ରୋକିବାରେ ବିଫଳ ହୋଇଛନ୍ତି। ରାଜ୍ୟ ର ଲକ୍ଷ ଲକ୍ଷ ବେକାର ଯୁବକ ଯୁବତୀଙ୍କ ଭାଗ୍ୟ ସହ ଖେଳ ଖେଳୁଛନ୍ତି। ସରକାରଙ୍କ ଲାଞ୍ଚ ବଦଳରେ ଚାକିରି ନୀତି ର ପ୍ରତିବାଦ ରେ ଆଜି ବରଗଡ଼ ଥାନା ଛକ ଠାରେ ଭାଜପା ଯୁବମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ କୁଶ ପୁତ୍ତଳିକା ଦାହ କରାଯିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ଅମିତ ପଣ୍ଡା ଙ୍କ ନେତୃତ୍ବରେ ଶତାଧିକ ସଭ୍ୟ/ ସଭ୍ୟା ଏକ ଶୋଭାଯାତ୍ରାରେ ବାହାରି ବରଗଡ଼ ସହର ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସେହିପରି ଭଟଲି ଥାନା ସମ୍ମୁଖରେ ମଧ୍ୟ ବିକ୍ଷୋଭ ପ୍ରଦର୍ଶନ ସହ କୁଶ ପୁତ୍ତଳିକା ଦାହ କରିଥିଲେ। ଏଥିରେ ଜିଲ୍ଲା ସଭାପତି ସହ ଯୁବ ମୋର୍ଚ୍ଚା ରାଜ୍ୟ ସଭାପତି ଇରାଶିଷ ଆଚାର୍ଯ୍ୟ ଉପସ୍ଥିତ ଥିଲେ।

Exit mobile version