ଭୁବନେଶ୍ୱର, ରିପୋର୍ଟ (ଓଡିଶା ତାଜା ନ୍ୟୁଜ୍) କୃଷି ମନ୍ତ୍ରୀ ଅରୁଣ ସାହୁ ଭୁବନେଶ୍ୱର, ଶନିବାର, ଏପ୍ରିଲ 11.4.2020 :- କୃଷକ ଟିଏ ସମାଜର ମେରୁଦଣ୍ଡ । କୃଷକ ଟିଏ ସକାଳ ପାଇଲେ ତାର କ୍ଷେତକୁ ଯାଇ ଶସ୍ୟ ଅମଳରେ ଲାଗିଯାଏ । ସେହି ଶସ୍ୟ ସେ ଅମଳ କଲା ପରେ ଦୁନିଆକୁ ଆହାର ଟିକେ ଯୋଗାଇଥାଏ । ହେଲେ ଦିନକୁ ଦିନ କରୋନା ପାଇଁ ସ୍ଥିତି ବିଗିଡ଼ିବାରେ ଲାଗିବା ଫଳରେ କୃଷି କାର୍ଯ୍ୟରେ ମଧ୍ୟ ବ୍ୟାଘାତ ଲାଗିଥିଲା । ଏହାରି ମଧ୍ୟରେ କୃଷିକୁ ନେଇ ଚିନ୍ତାବ୍ୟକ୍ତ କରିଛନ୍ତି କୃଷିମନ୍ତ୍ରୀ ଅରୁଣ ସାହୁ । ଲକ୍ ଡାଉନ ଯୋଗୁଁ କୃଷି କ୍ଷେତ୍ରରେ କିଛି ସମସ୍ୟା ସୃଷ୍ଟି ହେଉଛି ବୋଲି କୃଷିମନ୍ତ୍ରୀ କହିଛନ୍ତି । ଏହି ସମସ୍ୟା ଦୂର ପାଇଁ ପ୍ରୟାସ ଚାଲିଛି । ଜିଲ୍ଲା ସ୍ତରରେ ଥିବା ଚାଷୀଙ୍କ ସମସ୍ୟାକୁ ଗୁରୁତ୍ୱ ଦିଆଯାଇଛି । କିଛି ଦିନ ତଳେ କୃଷି ମନ୍ତ୍ରୀ ଡ଼ ସାହୁ ଜିଲ୍ଲା କୃଷି ଅଧିକାରୀଙ୍କ ସହିତ ଭିଡ଼ିଓ କଂଫେରେନ୍ସିଂଗ ମାଧ୍ୟମରେ ମଧ୍ୟ ଆଲଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଲକ୍ ଡାଉନରେ କୃଷିକ୍ଷେତ୍ରକୁ ବାଦ୍ ଦେଇଛନ୍ତି ବୋଲି କୃଷିମନ୍ତ୍ରୀ କହିଛନ୍ତି । ସୁରୁଖୁରୁରେ ଅମଳ ଟ୍ରାନ୍ସପୋର୍ଟିଂ ପାଇଁ ଧ୍ୟାନ ଦିଆଯାଉଛି । ଆଜି ଲକ୍ ଡାଉନରୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ମତ୍ସ୍ୟଚାଷକୁ ବାଦ୍ ଦେଇଛନ୍ତି । କେନ୍ଦ୍ରର ଏହି ଗାଇଡ଼୍ ଲାଇନ୍ ଉପରେ ରାଜ୍ୟ ସରକାର ବିଚାର କରୁଛନ୍ତି ବୋଲି ସେ କହିଛନ୍ତି ।
ଲକ୍ ଡାଉନ : ଚାଷୀଙ୍କ ସମସ୍ୟାର ସମାଧାନ ପାଇଁ ପ୍ରୟାସ ଚାଲିଛି – କୃଷିମନ୍ତ୍ରୀ

- Categories: Uncategorized, ଓଡ଼ିଶା, ଦେଶ, ହୋମ୍
Related Content
ପ୍ରିୟ ରାଜସୁନାଖଳା ଯୁବ କମିଟି ପକ୍ଷରୁ ରକ୍ତ ଦାନ ଶିବିର
by
Proprietor Abhimanyu Maharana
August 16, 2026
ଭୟଙ୍କର ଅଗ୍ନିକାଣ୍ଡ : ଜଳିଗଲା ସମ୍ପୂର୍ଣ୍ଣ ଘର, ୧୦ ଟି ଅର୍ଦ୍ଧ ଦଗ୍ଧ ଗାଈ, ଓ ଦୁଇ ଜଣ ମଣିଷ
by
Proprietor Abhimanyu Maharana
August 16, 2026
ବାଲିପାଟଣା ଅଞ୍ଚଳର ବିଭିନ୍ନ ଶିକ୍ଷା ଅନୁଷ୍ଠାନ ପକ୍ଷରୁ ସ୍ୱାଧୀନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026
ବେଣୁଧର ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ୮୦ ତମ ସ୍ବାଧିନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026
କିଙ୍ଗ ପବ୍ଲିକ ଇଂଲିଶ ମିଡିୟମ ସ୍କୁଲ ରେ ୮୦ତମ ସ୍ଵଧାନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026
ମାଲକାନଗିରିରେ ମହାସମାରୋହରେ ୮୦ ତମ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ
by
Proprietor Abhimanyu Maharana
August 16, 2026