ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ତରଫରୁ ଆଜି ସ୍ୱଚ୍ଛତା ପାଖୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ

ଓଡ଼ିଶା ତାଜା ନ୍ୟୁଜ (୪ ଅଗଷ୍ଟ ବୁଧବାର ) ନୟାଗଡ଼ :-  ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ତରଫରୁ ଆଜି ସ୍ୱଚ୍ଛତା ପାଖୋଡା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଭାରତ ସରକାରଙ୍କ ଯୁବ ବ୍ୟାପାର ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଯାଉଥିବା ଏହି ବିଭାଗ ତରଫରୁ ସାରା ଦେଶର ବିଭିନ୍ନ ଯୁବା କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଦୁଇ ସପ୍ତାହ ଧରି ଚାଲିବ। ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଯୁଗାନ୍ତକାରୀ ସ୍ୱଚ୍ଛ ଭାରତ ଯୋଜନାକୁ ସଫଳ କରିବା ପାଇଁ ବିଭିନ୍ନ ଯୁବା କେନ୍ଦ୍ର ସାହାଯ୍ୟରେ ଏହି କାର୍ଯ୍ୟକ୍ରମ ଜାରି ରହିଛି । ଆଜି ଦ୍ଵିତୀୟ ଦିନର କାର୍ଯ୍ୟକ୍ରମରେ ଓଡ଼ଗାଁ ବ୍ଲକର ଆରଡ଼ା ଗ୍ରାମର ମା’ ବାଉତୀ ୟୁଥ କ୍ଲବର ସଦସ୍ୟମାନଙ୍କ ଦ୍ୱାରା ଆୟୋଜିତ ହୋଇଥିଲ ।

ଏହି କାର୍ଯ୍ୟକ୍ରମରେ ଏକ ସାଧାରଣ ସଭା ମାଧ୍ୟମରେ ଉପସ୍ଥିତ ଅତିଥି ଓ ଗ୍ରାମର ଆଶା ଦିଦି , ଅଙ୍ଗନୱାଡ଼ି କର୍ମୀ ସଫେଇର ମହତ୍ତ୍ୱ ବିଷୟରେ ବୁଝାଇଥିଲେ। ପରେ ପରେ ଗ୍ରାମର ବିଭିନ୍ନ ଅଞ୍ଚଳ ସଫା କରିବା ସହ ବ୍ଳିଚିଂ ପାଉଡ଼ର ସିଞ୍ଚନ କରିଥିଲେ ଏବଂ କାର୍ଯ୍ୟକ୍ରମ ଶେଷରେ କିଛି ବୃକ୍ଷରୋପଣ କରା ଯାଇଥିଲା । ସୂଚନାଯୋଗ୍ୟଯେ ଗତକାଲି ଏହି କାର୍ଯ୍ୟକ୍ରମ ଭାପୁରରେ ଆୟୋଜିତ ହୋଇଥିଲା ଏହି କାର୍ଯ୍ୟକ୍ରମରେ ଓଡ଼ଗାଁର ଭାରତ ସରକାରଙ୍କ ଦ୍ୱାରା ଅନୁମୋଦନ ଜାତୀୟ ଯୁବ ସ୍ୱେଚ୍ଛାସେବୀ (NYV) ଶୁଭସ୍ମିତା ପ୍ରିୟଦର୍ଶୀନି ଓ ମାନସ ସାହୁ ଯୋଗ ଦେଇ ଥିଲେ। ଏହି କାର୍ଯ୍ୟକ୍ରମକୁ ସମାଜସେବୀ ଆଶୁତୋଷ ଦାସ ପରିଚାଳନା କରିଥିଲେ। ( ରିପୋର୍ଟ -ରାମକୃଷ୍ଣ ରଥ )

Exit mobile version