ସାମ୍ବାଦିକ ପାଇଲେନି ଟିକା – ଟିକା କେନ୍ଦ୍ର ଅଧିକାରୀ କହିଲେ ଆମ ପାଖରେ କୌଣସି  ସୂଚନା ନାହିଁ

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ବାଙ୍କୀ :- କରୋନା ମହାମାରୀ ସମୟରେ କାର୍ଯ୍ୟରତ ସାମ୍ବାଦିକମାନେ ନିଜ ଜୀବନକୁ ବାଜି ଲଗାଇ ଖବର ପରିବେଶଣ କରିଥିବା ବେଳ ସରକାରଙ୍କ ତରଫରୁ କରୋନା ଯୋଦ୍ଧା ଭାବେ ମାନ୍ୟତା ପାଇଛନ୍ତି । ସାରା ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପରେ ସାମ୍ବାଦକମାନଙ୍କୁ ଏଥିରେ ସାମିଲ୍ କରାଯାଇଥିଲା । ମେ ମାସ ୬ତାରିଖ ଦିନ କାର୍ଯ୍ୟରତ ସାମ୍ବାଦିକମାନେ ସେମାନଙ୍କର ପ୍ରଥମ ପର୍ଯ୍ୟାୟ କୋଭିଡ ଟିକା ଗ୍ରହଣ କରିଥିଲେ । ଟିକା ନେବାର ୮୪ଦିନ ପରେ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଚିଠି ନମ୍ବର ୧୦୧୫୩ ତା.୩୦.୦୭.୨୦୨୧ରିଖ ଦିନ ଏକ ଚିଠି ମାଧ୍ୟମରେ ଆଜି ସମସ୍ତ ଉପଖଣ୍ଡ ଚିକିତ୍ସାଳୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ୨ୟ ଡୋଜର ଟିକାକରଣ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।

ବାଙ୍କୀ ଉପଖଣ୍ଡରେ ଉପଖଣ୍ଡ ଚିକିତ୍ସାଳୟ ସମେତ ଦୁଇଗୋଟି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ କେତେକ ଉପସ୍ୱାସ୍ଥ୍ୟକେନ୍ଦ୍ର ମାନଙ୍କରେ କୋଭିଡ ଟିକାକରଣ କାର୍ଯ୍ୟକ୍ରମ କରାଯାଉଛି । କିନ୍ତୁ ସ୍ୱାସ୍ଥ୍ୟ ବିଭାଗ ତରଫରୁ ସ୍ୱତନ୍ତ୍ର ଭାବେ ସାମ୍ବାଦିକମାନଙ୍କୁ ୨ୟଡୋଜ୍ ଟିକା ବ୍ୟବସ୍ଥା କରାଇବା ପାଇଁ ଚିଠି କରାଯାଇଥିବା ବେଳେ ସାମ୍ବାଦିକମାନେ ଏଥିରୁ ବଂଚିତ ହୋଇଛନ୍ତି । ବାଙ୍କୀ ମହାବିଦ୍ୟାଳୟ ପରିସରରେ ହୋଇଥିବା ଟିକାକରଣ କେନ୍ଦ୍ରକୁ ଯାଇ ଫେରିଥିବା ବେଳେ ଟିକା କରଣ କେନ୍ଦ୍ରର ଅଧିକାରୀ  ଏ ବିଷୟରେ ତାଙ୍କୁ ଜଣା ନଥିବା କହି ସାମ୍ବାଦକମାନଙ୍କ ଟିକା କରଣ ଗତ ଶନିବାର ଠାରୁ ସରିଲାଣି ବୋଲି ପ୍ରକାଶ କରିଥିଲେ ।

ମେଡିକାଲ୍ ମ୍ୟାନେଜର ଶଶିକାନ୍ତ ମିଶ୍ରଙ୍କୁ ଯୋଗାଯୋଗ କରିବାରୁ ଏହି ଚିଠି କେବଳ କଟକ ସହରାଞ୍ଚଳ ପାଇଁ ଉଦ୍ଦିଷ୍ଟ ବୋଲି ପ୍ରକାଶ କରିଥିବା ବେଳେ ବାଙ୍କୀ ଉପଖଣ୍ଡରେ ଏହା ଲାଗୁ ହେବ ନାହିଁ ବୋଲି ପ୍ରତିକ୍ରିୟା ରଖିଥିଲେ । ଉପଖଣ୍ଡ ଚିକିତ୍ସା ଅଧିକାରୀ ମୃତ୍ୟୁଞ୍ଜୟ ମହାପାତ୍ରଙ୍କୁ ଯୋଗଯୋଗ କରିବାରୁ ସେ ଏକ ଜରୁରୀ ମିଟିଂରେ ଥିବା କହି ଫୋନ୍ କାଟିଥିଲେ । ଫଳରେ ବାଙ୍କୀ ଉପଖଣ୍ଡ ସ୍ୱାସ୍ଥ୍ୟ ବିଭାଗର ଏପରି ଖାମଖିଆଲ ମନୋଭାବ ପାଇଁ ୨ୟଡୋଜ୍ ଟିକା ନେବାରୁ ବଞ୍ôଚତ ହୋଇଛନ୍ତି ସାମ୍ବାଦିକ । ଯାହାକୁ ନିନ୍ଦା କରିବା ସହିତ ସ୍ୱାସ୍ଥ୍ୟ ବିଭାଗର ଚିଠିକୁ ଅଣଦେଖା କରିବା ନିମନ୍ତେ ସଂପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରାଯାଇଛି ।

Exit mobile version