ବାଙ୍କୀରେ ଅବକାରୀ ଚଢ଼ାଉ ୩୫.୬୪୦ ଶହ ଲିଟର ଚୋରା ଦେଶୀ ମଦ ଜବତ ୩ଅଟକ

ଓଡ଼ିଶା ତାଜା ନ୍ୟୁଜ (୩ ଅଗଷ୍ଟ ମଙ୍ଗଳବାର ) ବାଙ୍କୀ :-  ଆଜି ବାଙ୍କୀ ଅବକାରୀ ଅଧିକାରୀ ତେଲେସ୍ଫର ଲାକ୍ରାଙ୍କ ନେତୃତ୍ୱରେ ଅବକାରୀ ଦଳ ବାଙ୍କୀର ବିଭିନ୍ନ  ସ୍ଥାନରେ  ଚଢ଼ାଉ କରି ଥିଲେ।ଉକ୍ତ ଦଳ ବାଙ୍କୀ ଏନଏସି ରଣପୁର ର ରଘୁସାହୁ ଙ୍କ ଠାରୁ୧୪ଲିଟର,ବାଙ୍କୀ ବ୍ଲକ ସୁବର୍ଣ୍ଣପୁର ର ପଞ୍ଚୁ ବେହେରା ଠାରୁ ୧୩ଲିଟର ଦେଶୀ ଚୋରା ମଦ ଓ ବାଙ୍କୀ ବ୍ଲକ ଘୋଡ଼ାବର  ଆଲୋକ କୁମାର ବେହେରା ଙ୍କ ଠାରୁ୮.୬୪୦ ଲିଟର ବିଦେଶୀ ମଦ ଜବତ କରାଯାଇଛି ।

ଉକ୍ତ ତିନି ଜଣଙ୍କୁ ଗିରଫ କରାଯାଇଛି ବୋଲି ଅବକାରୀ ଅଧିକାରୀ ଲାକ୍ରା ପ୍ରକାଶ କରିଛନ୍ତି । ଏହି ଚଢ଼ାଉ  କାର୍ଯ୍ୟକ୍ରମରେ ବାଙ୍କୀ ଅବକାରୀ ବିଭାଗର ସହକାରୀ ଅଧିକାରୀ ଦୀପକ କୁମାର ସାମଲ, କନେଷ୍ଟବଳ ସଂଜୟ କୁମାର ରାଉତ, ପୂର୍ଣ୍ଣଚନ୍ଦ୍ର ମାଝୀ, ବିଶ୍ୱନାଥ  ସୁରେନ୍ , ଗୀତାଞ୍ଜଳି ବେହେରା ,ଶଙ୍କର ସିଂ ସହଯୋଗ କରିଥିଲେ ।

Exit mobile version